ନବ ଦାସଙ୍କୁ ଗୁଳିକାଣ୍ଡ ପରେ ଅଭିଯୁକ୍ତ ଗୋପାଳକୃଷ୍ଣ ଘରେ ପଡ଼ିଛି ତାଲା

ବ୍ରହ୍ମପୁର: ନବକିଶୋର ଦାସଙ୍କୁ ଗୁଳିକାଣ୍ଡ ପରେ ଅଭିଯୁକ୍ତ ଗୋପାଳକୃଷ୍ଣର ଘରେ ପଡ଼ିଛି ତାଲା । ତାଙ୍କ ପରିବାର ଲୋକ ଘର ଛାଡ଼ି ଅନ୍ୟ କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଆଙ୍କୁଲି ଓ୍ବାର୍ଡ ନମ୍ବର ୩୯ରେ ରହୁଥିଲେ ଗୋପାଳକୃଷ୍ଣର ପରିବାର । ନବ କିଶୋର ଦାସଙ୍କୁ ଅଭିଯୁକ୍ତ ଗୋପାଳ ଗୁଳି ଚଳାଇଥିବା ଖବର ଜଣାପଡ଼ିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । ତେବେ ନବକିଶୋରଙ୍କ ଦେହାନ୍ତ ପରେ ଗୋପାଳର ପରିବାର ଲୋକ କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ଘର ବାହାରେ ତାଲା ପଡିଛି । ସେମାନେ କେଉଁଆଡେ ପଳାଇଲେ, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।