SBIରୁ ସୁନା ଲୁଟ, ଅସ୍ଥାୟୀ କର୍ମଚାରୀଙ୍କ ନାଁ ରେ ଏତଲା

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଚୋରି ଅଭିଯୋଗ । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଥାନାରେ ପହଁଚିଲା ଅଭିଯୋଗ । ସୂଚନା ମୁତାବକ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ରହିଛନ୍ତି । ପ୍ରାୟ ୧କେଜି ୬୧୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ ।
ଅସ୍ଥାୟୀ କର୍ମଚାରୀ ଶେଖର କୂଳଦୀପଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ସୁନା ଲୁଟ୍ କରି ଉକ୍ତ କର୍ମଚାରୀ ଜଣଙ୍କ ପ୍ରାୟ ଦେଢମାସ ହେଲା ଫେରାର୍ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।