ନୂତନ ଭାବେ ଖୋଳାଯାଇଥିବା ନଳକୂପ ପାଣିରୁ ବାହାରୁଛି ସୁନା !

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତ ଛାଞ୍ଚାଣବାହାଲି ଗ୍ରାମରେ ଚର୍ଚ୍ଚା I ନଳକୁପରୁ ବାହାରୁଛି ସୁନା ଗୁଣ୍ଡ । ସୁନା ବାହାରୁଥିବା ଘଟଣା ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପହଞ୍ଚି ତଦନ୍ତ କରିଛନ୍ତି I ଛାଞ୍ଚାଣବାହାଲି ଗ୍ରାମର ଜାଭେଦ୍ ମହମ୍ମଦ ତାଙ୍କ ଜମିରେ ଏକ ନଳକୂପ ଖୋଳିଥିଲେ I ନୂତନ ଭାବେ ଖୋଳା ଯାଇଥିବା ଏହି ନଳକୂପର ପାଣିରୁ ସୁନା କଣିକା ବାହାରୁଥିବା ନେଇ ସନ୍ଦେହ କରି ତହସିଲଦାରଙ୍କୁ ଜଣାଇଥିଲେ I ଏହା ଜାଣିବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା I

ଖପ୍ରାଖୋଲ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର, ବିଡ଼ିଓ ରଶ୍ମିରଞ୍ଜନ ରାଉତ ଓ ଆର୍‌ଆଇ ପହଞ୍ଚି ପରୀକ୍ଷା କରିବା ସହ ସୁନା କଣିକା ଭଳି ଦେଖାଯାଉଥିବା ପଦାର୍ଥକୁ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଇଛନ୍ତି I ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି I ଗନ୍ଧମାର୍ଦ୍ଦନ ପାହାଡ଼ ତଳେ ଥିବା ଏହି ଅଞ୍ଚଳରେ ପୂର୍ବରୁ ବିଭିନ୍ନ ପ୍ରକାରର ଧାତୁ ବାହାରିବା ନଜିର ରହିଛି I ତେଣୁ ସୁନା ଥିବା ଘଟଣାକୁ ମଧ୍ୟ ଅଣ ଦେଖାକରାଯାଇ ନ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ କହିଛନ୍ତି I ତେବେ ଟେଷ୍ଟ ରିପୋର୍ଟ ଆସିବା ପରେ ଏହା ସୁନା କି ଅନ୍ୟ କିଛି, ଜଣାପଡିବ ବୋଲି ତହସିଲଦାର କହିଛନ୍ତି I