ଛେଳି ଚୋରି କରିବାକୁ ଆସିଥିଲେ ସ୍କର୍ପିଓ ଭୁଲି ପଳାଇଲେ ଦୁର୍ବୃତ୍ତ

ଭଞ୍ଜନଗର: ଛେଳି ଚୋରି କରିବାକୁ ଆସି ସ୍କର୍ପିଓ ଛାଡ଼ି ପଳାଇଲେ ଦୁର୍ବୃତ୍ତ । ୨୦ରୁ ଉର୍ଦ୍ଧ୍ୱ ଛେଳିକୁ ଦୁର୍ବୃତ ଚୋରି କରି ନେଇ ପଳାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବରଗାଁରେ । ପୋଲିସ ଏକ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିକୁ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ କାଲି ମଧ୍ୟ ରାତିରେ ବରଗାଁ ର ଉଦୟ ଗୌଡ଼ଙ୍କ ଗୁହାଳରୁ ୨୦ ରୁ ୨୫ ଟି ଛେଳି ଚୋରିକରି ନେଇଥିଲେ ଦୁର୍ବୃତ୍ତ । ଛେଳି ଗୁଡ଼ିକୁ ଗୋଟିଏ ସ୍କର୍ପିଓ ମାଧ୍ୟମରେ ନେଇ ଯାଉଥିଲେ ।

ଏନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସ୍କର୍ପିଓ ଗାଡ଼ିର ପିଛା କରି ଜଗନ୍ନାଥ ପ୍ରସାଦ ଅଞ୍ଚଳରୁ ଗାଡ଼ିକୁ ଜବତ କରିଛି  । କିନ୍ତୁ ପୋଲିସ ଖାଲି ଗାଡ଼ିକୁ ଜବତ କରିଥିବା ବେଳେ ଛେଳି ଗୁଡିକୁ ଦୁର୍ବୃତ୍ତ କେଉଁଆଡେ ସ୍ଥାନାନ୍ତର କରି ଦେଇଥିବା ପୋଲିସ କହିଛି  ।

ପୋଲିସର ପ୍ରାଥମିକ ତଦନ୍ତ ପରେ ଗାଡ଼ିଟି ଖୋର୍ଦ୍ଧା ଅଞ୍ଚଳର ବୋଲି ପୋଲିସ କହିଛି । ସେପଟେ ଗାଡ଼ିକୁ ଜବତ କରିବା ସହ ପୋଲିସ ଡ୍ରାଇଭରକୁ ଅଟକ ରହିଛି  ।

 

Leave a Reply