ଯାଜପୁର: ଫାଟିଲା ଗ୍ୟାସ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ… ଦେଖନ୍ତୁ ଭିଡିଓ

ଯାଜପୁର: ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ । ନିଆଁ ଲିଭାଇବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର । ବିସ୍ଫୋରଣରେ ଛରିଲା ପୂରା ଅଞ୍ଚଳ । ଏହି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳର । ସୂଚନା ମୁତାବକ ମାର୍ଚ୍ଚ ୩୧ ତାରିଖ ଅପରାହ୍ନରେ ସ୍ଥାନୀୟ ଓଭରବ୍ରିଜ ନିକଟରେ ଥିବା ଦୁଇଟି ଚା ଓ ପାନ ଦୋକାନରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା ।
ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଠିକ ସେତିକି ବେଳେ ଦୋକାନ ଭିତରେ ଥିବା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭଙ୍କରଣ ଥିଲା ଯେ, ଆଖପାଖ ସମସ୍ତ ଅଞ୍ଚଳ ଥରି ଉଠିଥିଲା । ତେବେ ନିକଟରେ ଥାଇ ନିଆଁ ଲିଭାଉଥିବା ଅଗ୍ନିଶମ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।