ବିହାର ବିଜୟ ପାଇଁ କର୍ମୀଙ୍କୁ ମୋଦିଙ୍କ ଶୁଭେଚ୍ଛା

1 min read
From 2 MPs And 2 Rooms... PM Thanks Workers After Bihar Win

ନୂଆଦିଲ୍ଲୀ: ବିହାରରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଛନ୍ତି । ରେଜଲ୍ଟ ପ୍ରକାଶ ପାଇବା ପରେ ଆଜି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ କେନ୍ଦ୍ରମନ୍ତ୍ରୀ ଉତ୍ସବରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ।

PM Modi

ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିହାର ବିଜୟ ପଛର ସିକ୍ରେଟ, ଦଳୀୟ କର୍ମୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ କରୋନା ସଂକ୍ରମଣ ମଧ୍ୟରେ ବି କୋଟିକୋଟି ଲୋକ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ ମୋଦି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

PM Modi

ଏହାସହ ମୋଦି କହିଛନ୍ତି ବିହାରର ନିରବ ଭୋଟର୍‌ମାନେ କଥା କହିବା ସହ ବିଜେପିକୁ ଆଶିର୍ବାଦ କରିଛନ୍ତି । ଲୋକେ ଆମକୁ ଭୋଟ୍‌ ଦେଲେ ବୋଲି ନୁହେଁ, ବଡ଼ ଉଦ୍ଦୀପନାର ସହ ଆମେ ଗଣତନ୍ତ୍ରର ଏହି ଉତ୍ସବ ପାଳନ କରିବା କାରଣରୁ ଆପଣମାନଙ୍କୁ ଧନ୍ୟବାଦ । ଦେଶର ମାତ୍ର କେତୋଟି ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ବି ସମଗ୍ର ଦେଶବାସୀଙ୍କ ଧ୍ୟାନ ନିଉଜ୍‌ ଚାନେଲ୍‌, ଟ୍ୱିଟର୍‌ ଏବଂ ନିର୍ବାଚନ କମିସନ୍‌ଙ୍କ ୱେବ୍‌ସାଇଟ୍‌ ଉପରେ ନିବଦ୍ଧ ଥିଲା ବୋଲି ମଧ୍ୟ କହିଛନ୍ତି ମୋଦି ।

ବିଜୟ ନିମନ୍ତେ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ, ଫଳାଫଳର ସଙ୍କେତ ସୁଦୂରପ୍ରସାରୀ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଆଡ଼େ ଆମେ ବିଜୟୀ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଯାହା ହୋଇଥିଲା ଏହା ତା’ର ଅତିରକ୍ତ ଅଂଶବିଶେଷ ବୋଲି କହିଛନ୍ତି ମୋଦି ।

Leave a Reply