ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା

ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ୭ଟି ଅଧିକ ଘରୋଇ ହସ୍ପିଟାଲରେ ମିଳିବ ଟ୍ରମା ଚିକିତ୍ସା ସୁବିଧା । ୧୮ଟି ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର । ରାୟପୁର ଓ ବିଶାଖାପାଟଣାରେ ବି ମିଳିବ ମାଗଣା ଚିକିତ୍ସା ସୁବିଧା । ଦୁର୍ଘଟଣାରେ ମୃତ୍ୟୁ ହାର କମାଇବାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଟ୍ରମା କେୟାର ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଥିଲା ।

କଟକ ଏସସିବି ମେଡିକାଲ କଲେଜ୍, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, ବୁର୍ଲା ଭିମସାର, ଡିଏଚଏସ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ଆରଜିଏଚ ରାଉରକେଲାରେ ଟ୍ରମା କେୟାର ସୁବିଧାକୁ ଅଧିକ ସୁଦୃଢ କରିଥିଲେ ରାଜ୍ୟ ସରକାର । ଏଥିରେ ଅଧିକ ଘରୋଇ ହସ୍ପିଟାଲ ଯୋଡିବାକୁ ଯାଉଛନ୍ତି । ଏଥିରେ ଉନ୍ନତ କାଜୁଆଲଟି ଓ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଏହି ସ୍କିମରେ କଟକ, ଭୁବନେଶ୍ବର, ରାଉରକେଲା, ବିଶାଖପାଟଣା, ରାୟପୁରର ଘରୋଇ ହସ୍ପିଟାଲକୁ ସାମିଲ କରାଯିବ । ନୂତନ ସୁବିଧା ସହିତ ଏମଓୟୁ ଖୁବଶୀଘ୍ର ସ୍ବାକ୍ଷରିତ ହେବ । ଏହି ଯୋଜନାକୁ ରାଜ୍ୟ ନୋଡାଲ ଅଫିସର ଭାବରେ ଆଡଲ ଡିଏମଏଟି ଓଡ଼ିଶା ତଦାରଖ କରୁଛି ।