ଆଉ ନାହାନ୍ତି ବାଘୁଣୀ ‘ଖଇରୀ’ର ମାଆ ନିହାର ନଳିନୀ ସ୍ୱାଇଁ

Foster Mother Of Tigress Khairi, Nihar Nalini Swain Passes Away

କଟକ: ଆଉ ନାହାନ୍ତି ବାଘୁଣୀ ଖଇରୀର ମାଆ ନିହାର ନଳିନୀ ସ୍ୱାଇଁ । କଟକର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ଆଖି ବୁଜିଛନ୍ତି ନିହାରୀ ନଳିନୀ । ମୃତ୍ୟୁ ବେଳେକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ବାଘ ଛୁଆକୁ ଘରେ ଲାଳନପାଳନ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ ସାହସୀ ମହିଳା ନିହାର ନଳିନୀ । ୪୭ ବର୍ଷ ତଳେ ବାଘ ଛୁଆ ଖଇରୀକୁ ସେ ନିଜ ସନ୍ତାନ ଭଳି ଲାଳନପାଳନ କରିଥିଲେ । ୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ ।

Foster Mother Of Tigress Khairi, Nihar Nalini Swain Passes Away

ସେହି ସମୟରେ ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ ଉପରୁ ଏକ ବାଘ ଛୁଆକୁ ପାଇ ଯଶୀପୁର ଫରେଷ୍ଟ ବଙ୍ଗଳାରେ ସରୋଜରାୟ ଚୌଧୁରୀଙ୍କୁ ଦେଇଥିଲେ । ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବାରୁ ତାହାର ନାମ ରଖାଯାଇଥିଲା ‘ଖଇରୀ’ । ସେବେଠାରୁ ସରୋଜରାଜଙ୍କ ଘରେ ରହୁଥିଲା ବାଘୁଣୀ ଖଇରୀ । ତାର ଲାଳନପାଳନ କରୁଥିଲେ ନିହାର ନଳିନୀ । ନିହାର ନଳିନୀଙ୍କ ବାତ୍ସଲ୍ୟ ମମତା ଆଗରେ ହାର ମାନିଥିଲା ଖାଦ୍ୟ ଆଉ ଖାଦକର ଭେଦଭାବ । ବହୁବାର ବାଘୁଣୀଟିକୁ ଜଙ୍ଗଲରେ ଛାଡ଼ିବାକୁ ଉଦ୍ୟମ କରାଯିବା ସତ୍ତ୍ୱେ ସେ ପୁଣି ନଳିନୀଙ୍କ ପାଖକୁ ଚାଲି ଆସୁଥିଲା ।

Foster Mother Of Tigress Khairi, Nihar Nalini Swain Passes Away

୧୯୮୧ ମାର୍ଚ୍ଚ ୨୮ ତାରିଖରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା ଖଇରୀ ।  ଏଭଳି ପରିସ୍ଥିତିରେ ଭାଙ୍ଗି ପଡ଼ିଥିଲେ ସରୋଜରାୟଚୌଧୁରୀ । ଖଇରୀକୁ ଝୁରିଝୁରି ବର୍ଷକ ପରେ ସରୋଜରାଜ ଚୌଧୁରୀଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଦମ୍ପତିଙ୍କ କୌଣସି ସନ୍ତାନ ନଥିବାରୁ ସ୍ୱାମୀଙ୍କ ମୃତ୍ୟୁପରେ ବୃଦ୍ଧାଶ୍ରମରେ ରହୁଥିଲେ ନିହାର ନଳିନୀ । ନଳିନୀ ମଧ୍ୟ ଆଶ୍ରମରେ ରହିବା ବେଳେ ସବୁ ବେଳେ ଖଇରୀକୁ ମନେ ପକାଉଥିଲେ । ଗତକାଲି ନିହାରୀ ନଳିନୀଙ୍କ ବୃଦ୍ଧାଶ୍ରମରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave a Reply