ଶତ୍ରୁ ଠାରୁ ଜିତିଥିଲେ, ଜୀବନ ଲଢ଼େଇରେ ହାରିଗଲେ…

1 min read

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁଶୀଲ କୁମାରଙ୍କ ଦେହାନ୍ତ । ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁଶୀଲ କୁମାରଙ୍କ ୭୯ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ହୋଇଛି । ୧୯୯୮ରୁ ୨୦୦୦ ମସିହା ଯାଏଁ ସୁଶୀଲ ନୌସେନା ମୁଖ୍ୟ ଥିଲେ ।

FILE PHOTO

ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ସୁଶୀଲ କୁମାର ୧୯୬୫ ଓ ୧୯୭୧ରେ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିଲେ । ଏହାବ୍ୟତୀତ ସେ ଗୋଆ ମୁକ୍ତି ସଂଗ୍ରାମରେ ସାମିଲ ଥିଲେ । ଉନ୍ନତ ରଣକୌଶଳ ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ ସମ୍ମାନ ମିଳିଥିଲା ।

FILE PHOTO

ଜୁଲାଇରେ ସେ ତାଙ୍କ ପ୍ରକାଶିତ ପୁସ୍ତକରେ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଯୋଜନା କରିଥିବା ଲେଖିଥିଲେ । ତାଙ୍କ ବିୟୋଗରେ ନୌସେନା କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Leave a Reply