ନବୀନଙ୍କୁ ମନେ ପକାଉଛନ୍ତି ପଦ୍ମପୁର ବାଣ ବ୍ୟବସାୟୀ
କଟକ: ଆସିଛି ଆଲୋକର ପର୍ବ ଦୀପାବଳି । ଆଜି ରାତିରେ ସାରା ରାଜ୍ୟ ରଙ୍ଗିନ ଆଲୋକମାଳରେ ସଜେଇ ହେବା ସହ ଲୋକେ ନିଜ ନିଜ ଘରେ ଦୀପ ଜାଳି ବାଣ ଫୁଟାଇ ଦୀପାବଳି ପାଳନ କରିବେ । ଆଉ ଏହାରି ଭିତରେ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମନେ ପକାଉଛନ୍ତି । ଓଡିଶାର ଦ୍ଵିତୀୟ ଶିବକାସି ଭାବେ ପରିଚିତ କଟକ ଜିଲ୍ଲା ପଦ୍ମପୁରର ବାଣ ବ୍ୟବସାୟୀ ଏବେ ନବୀନଙ୍କୁ ମନେ ପକାଇ ଝୁରି ହେଉଛନ୍ତି ।
ସେମାନେ କହିଛନ୍ତି, ପୂର୍ବ ସରକାର ଥିବା ସମୟରେ ଘରେ ବାଣ ତିଆରି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା । ଯାହା ଫଳରେ ପଦ୍ମପୁର ବାଣ ବ୍ୟବସାୟୀମାନେ ଅଧିକ ଲାଭବାନ ହେଉଥିଲେ । କିନ୍ତୁ ବର୍ତ୍ତମାନ ଗ୍ରୀନ ବାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଦୋକାନରେ ଗ୍ରୀନ ବାଣର ଚାହିଦା ବି ବଢ଼ିଛି । ଆଉ ଏହାରି ଭିତରେ ପଦ୍ମପୁରରେ ୨୦ ହଜାର ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି ।
ସେମାନେ କହିଛନ୍ତି, ନବୀନ ସରକାର ସମୟରେ ବାଣ ବ୍ୟବସାୟୀଙ୍କ ଜୀବନ ଜୀବିକା କଥା ବୁଝୁଥିଲେ । ହେଲେ ଏବେର ମୋହନ ସରକାରଙ୍କ ପାଇଁ ଆମେ ଭିତ୍ତିଭୂମି ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀ ଓ ଗ୍ରାହକ ।