ରାଇମୋହନ ଆତ୍ମହତ୍ୟା ମାମଲା: ପତ୍ନୀ ଓ ଦୁଇ ଝିଅଙ୍କୁ ଅଢେଇ ଘଣ୍ଟା ପଚରାଉଚରା

ଭୁବନେଶ୍ବର: ରାଇମୋହନ ପରିଡ଼ା ଆତ୍ମହତ୍ୟା ମାମଲାରେ ଆରମ୍ଭ ହେଲା ବିଧିବଦ୍ଧ ତଦନ୍ତ ପ୍ରକ୍ରିୟା । ଅଢେଇ ଘଣ୍ଟାରୁ ଅଧିକ ସମୟ ପରେ ଘରୁ ବାହାରିଲା ତଦନ୍ତକାରୀ ଟିମ୍ । ବିଭିନ୍ନ ଦିଗକୁ ନେଇ ପତ୍ନୀ ଏବଂ ଦୁଇ ଝିଅଙ୍କୁ ପଚରାଉଚରା କରାଯାଇଥିବା କହିଲେ ମଞ୍ଚେଶ୍ବର ଥାନା ଆଇଆଇସି ।

ମୋବାଇଲ ସିଡିଆର ଯାଞ୍ଚ କରାଯାଉଛି । କେବଳ ଆତ୍ମହତ୍ୟା ନୁହେଁ ଅନ୍ୟ ଦିଗ ପ୍ରତି ମଧ୍ୟ ଚାଲିଛି ତଦନ୍ତ । ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯିବ । ରାଇମୋହନ ଆତ୍ମହତ୍ୟା କରିବା ପୂର୍ବରୁ ଶେଷ କଲ ତାଙ୍କ ପତ୍ନୀଙ୍କୁ କରିଥିଲେ । ପତ୍ନୀ ଏବଂ ଦୁଇ ଝିଅଙ୍କୁ ବାଏ ମେସେଜ ଲେଖିଥିଲେ । ବାଏ କାହିଁକି ଲେଖିଥିଲେ ସେ ନେଇ ପଚରାଉଚରା କରିଛି ପୋଲିସ୍ । ଆଗକୁ ଆଉ କିଛି ସମ୍ପର୍କୀୟଙ୍କୁ ପଚରାଉଚରା କରାଯିବ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବିଶେଷ ତଥ୍ୟ ମିଳିବ । ସେପଟେ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶୁଭେଚ୍ଛୁ । ରାଇମୋହନଙ୍କ ଶତ୍ରୁତା କାହା ସହ ରହିଥିଲା କି ? ସେ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ୍ ।