ଶାରିରୀକ ସମ୍ପର୍କ ପରେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର: ଥାନାରେ ମାମଲା ରୁଜୁ କଲେ ପୀଡ଼ିତା

ମାଲକାନଗିରି: ପ୍ରେମ ପରେ ପ୍ରତାରଣା । ବିବାହର ପ୍ରଲୋଭନ ଦେଖାଇ ଶରିରୀକ ସମ୍ପର୍କ । ଆଉ ତା’ପରେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ବିବାହ ପାଇଁ କହିବାରୁ ଦିନ ଗଡ଼ାଇ ଚାଲିଲେ । ଏଭଳି କି ଧୋକ୍କା ଦେଇ ଅନ୍ୟ ଜଣଙ୍କୁ ମଧ୍ୟ ବାହାହେଲେ ମଧ୍ୟ ହୋଇଗଲେ । ଏ ନେଇ ପ୍ରତିବାଦ କରିବାରୁ ଆରମ୍ଭ ହେଲା ଗାଳିଗୁଲଜ । ଏଣୁ ବାଧ୍ୟ ପୀଡ଼ିତା ନେଲେ ପୋଲିସର ଆଶ୍ରୟ । ମାଲକାନଗିରି ଜିଲ୍ଲା ଆର୍କେଲ ଥାନା ଘଟଣା ।

ଘଟଣା ପ୍ରକାରେ, ମାଲକାନଗିରି ବନବିଭାଗରେ କାର୍ଯ୍ୟରତ ବନପାଳ ମୂରଲିଧର ଅନୁଗୁଳିଆ, ଓରକେଲ ଥାନା ଅଞ୍ଚଳର ଜଣେ ୨୬ ବର୍ଷୀୟା ଯୁବତୀଙ୍କ  ସହ ବିବାହର ପ୍ରଲଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ । ଏ ନେଇ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ପ୍ରେମିକ ବନପାଳ ବିବାହ କରିବାକୁ ପ୍ରତିଶ୍ରୁତି ଦେଲେ । ହେଲେ ପ୍ରତିଶ୍ରୁତି ପୂରଣ କଲେନି । ବିବାହ ପାଇଁ କହିବାରୁ ଦିନ ଗଡ଼ାଇ ଚାଲିଲେ । ଏଭଳି କି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କଲେ । ଏକଥା ପୀଡ଼ିତା ଜାଣିବାରୁ ପ୍ରତିବାଦ କଲେ । ଏଣୁ ବନପାଳ ଜଣଙ୍କ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ । ତେଣୁ ବାଧ୍ୟ ହୋଇ ପୀଡ଼ିତା ଜଣକ ଅର୍କେଲ ଥାନାରେ ଅଭିଯୋଗ କଲେ । ଅର୍କେଲ ପୋଲିସ ମାମଲା ରୁଜୁ ନ କରିବାରୁ ରଖିବାରୁ ପୀଡ଼ିତା ଜଣଙ୍କ ବାଧ୍ୟ ହୋଇ ମାଲକାନଗିରି ଏସ.ଡି.ଜେ.ଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ.ଡି.ଜେ.ଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ପୋଲିସ  ୩୭୬ (୨ଏନ୍), ୪୨୦,୨୯୪ ଓ ୫୦୬ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଏଥିସହିତ ପଢ଼ନ୍ତୁ: ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ: ଥାନା ଘେରିଲେ ପରିବାର ଲୋକେ

Leave a Reply