ରୋଷେଇ ଘରେ ମହଙ୍ଗା ମାଡ଼, ମାସେ ଭିତରେ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ

1 min read

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । ହଠାତ୍ ବଢ଼ିଛି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର । କେନ୍ଦ୍ର ସରକାରଙ୍କ GST ପରି ବିଭିନ୍ନ ଟିକସ ପାଇଁ ଦରବୃଦ୍ଧି ଘଟିଛି । ଉଷୁନା ଚାଉଳ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଥିଲା । ଏବେ ୨୭ ଶହ ଟଙ୍କାରେ ପହଞ୍ଚିଛି । ସେହିପରି ଗହମ ଜାତୀୟ ସାମଗ୍ରୀ ୧୩ ଶହ ଟଙ୍କା ଥିଲା, ଏବେ ୧୭ ଶହ ଟଙ୍କା ହେଲାଣି । ସେହିପରି ହରଡ଼ ଡାଲି ୮୫ ଟଙ୍କା ଥିବାବେଳେ ଏବେ ଶହେ ଟପିଲାଣି । ଅମଳ କମିବାରୁ ହରଡ଼ ଡ଼ାଲି ବି ଏଥର କମ ଉତ୍ପାଦନ ହୋଇଛି । କେନ୍ଦ୍ର ସରକାର ଏକ୍ସପୋର୍ଟ ହେବନି ବୋଲି କହୁଛନ୍ତି, ହେଲେ ଗଳବାଟ ଦେଇ ଚୋରାଚାଲାଣ ହେଉଛି । ବାଂଲାଦେଶକୁ ଧାନ ଚୋରା ଚାଲାଣ ହେଲାଣି। କେନ୍ଦ୍ର ସରକାର ଏସବୁ ଉପରେ ଦୃଷ୍ଟି ଦେବା ଦରକାର ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି । ମାସେ ଭିତରେ ଏପରି ଦର ବୃଦ୍ଧି ହୋଇଛି । MSP ସେପରି କିଛି ବଢ଼ିନଥିବାରୁ ଚାଉଳ ଦର ଆହୁରି ବଢିବ ବୋଲି ସଂଘ କହିଛି ।

ସେପଟେ ଦରବୃଦ୍ଧି ଜାତୀୟ ସମସ୍ୟା । ଇନ୍ଧନ ରେଟ୍ ବଢୁଥିବାରୁ ପରିବହନ ରେଟ୍ ବଢୁଛି । ଥରେ ବଢ଼ିଲେ ଆଉ ଖସୁନି । ଚାହିଦା ଓ ଯୋଗାଣ ଭିତରେ ଅଧିକ ପ୍ରଭେଦ ରହୁଛି । କୋଭିଡ୍ ପରେ ଖାଦ୍ୟ ସାମଗ୍ରୀର ଚାହିଦା ବଢୁଛି । ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ରହିଛି । ତେବେ ରାଜ୍ୟ ଯୋଗାଣ ବିଭାଗ ହୋର୍ଡିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । ଜିଲ୍ଲପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଦର ଅହେତୁକ ବୃଦ୍ଧି ହେଲେ ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।