spot_img

Latest Posts

ଭାସିଲାଣି ଉତ୍ତର ଓଡିଶା, ବଢୁଛି ବିଭିନ୍ନ ନଦୀର ଜଳସ୍ତର

ବାଲେଶ୍ବର: ଉତ୍ତର ଓଡିଶାରେ  ପ୍ରବଳ ବର୍ଷା। ଏତେ ବର୍ଷା ଯେ, ବାଲେଶ୍ବରରେ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି। ନୂଆସାହି ଅଞ୍ଚଳରେ ସ୍ଥିତି ସାଂଘାତିକ। ଲଗାଣ ବର୍ଷା ଯୋଗୁଁ ପାଣି ନିସ୍କାସନ ହୋଇନପାରି ରାସ୍ତା ଉପରେ ଚାଲିଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। ଏଥିପାଇଁ ଯାତାୟାତ ବାଧାପ୍ରାପ୍ତ ପାଇଛି। ସ୍କୁଲ କଲେଜ ଯିବାକୁ ପିଲା ସମସ୍ଯାର ସାମ୍ନା କରୁଛନ୍ତି।

ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର। ବାଲେଶ୍ବର ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୮୦ ମିଟରରେ ପ୍ରବାହିତ ହେଉଛି। ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପର ମୁଣ୍ତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି।

ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର। ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ଜମି ସବୁ ବୁଡିଯିବା ସହିତ ୨୦ରୁ ଅଧିକ ଗାଁ ଭିତରକୁ ପାଣି ପଶିଛି। ସେପଟେ କେନ୍ଦୁଝର ସାହାରପଡ଼ା କୁମୁଳାବାହାଳୀ ନିକଟ ତେଲ ନଦୀ ପୋଲ ଉପରେ ୩ ଫୁଟର ପାଣି। କେନ୍ଦୁଝର ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।

Latest Posts

Don't Miss