spot_img

Latest Posts

ଦିଲ୍ଲୀରୁ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ତାତି, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକଜୁଟ ଜେନ୍‌-ଜି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଛାତ୍ର ଆନ୍ଦୋଳନର ଗର୍ଜନ ଏବେ ସାରା ଦେଶରେ ଛାଇଗଲାଣି । ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକଜୁଟ ହେଉଛନ୍ତି ଜେନ-ଜି । କକ୍ରୋଚ ପାର୍ଟିର ତିନି ନେତା ମୁକୁଳିବା ପରେ ଆନ୍ଦୋଳନକୁ ବଳ ମିଳିଛି । ଆସନ୍ତାକାଲି କଂଗ୍ରେସ ଆନ୍ଦୋଳନରେ ସାମିଲ ହେବ। ସାରା ଦେଶରୁ କଂଗ୍ରେସ ନେତାଙ୍କ ଭିଡ଼ ଲାଗିବ ଦିଲ୍ଲୀରେ । ଓଡିଶାରୁ ଶତାଧିକ ନେତା ଯୋଗ ଦେବେ। ଗଣତନ୍ତ୍ରରେ ଯିଏ ପ୍ରତିବାଦ କରିବ, ତାର ସ୍ୱର ଚପାଇବାକୁ ସରକାର ବଳ ପ୍ରୟୋଗ କରିବା ଠିକ ନୁହେଁ। ସରକାରଙ୍କ ଅତ୍ୟଧିକ ଦମନମୂଳକ ନୀତିକୁ ସମାଲୋଚନା କରିଛୋ କଂଗ୍ରେସ । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବାମ ଦଳ।

ଭୋଟ ଚୋରି ଅଭିଯୋଗ ତୀବ୍ର ହେବା ପରେ ୟୁ ଟର୍ନ ନେଲେ ନିର୍ବାଚନ କମିଶନ। ପୁଣି ଥରେ ଆରମ୍ଭ ହେଲା ଏସଆଇଆର ପ୍ରକ୍ରିୟା। ଆନ୍ଦୋଳନକାରୀଙ୍କ ଦାବି ଗ୍ରହଣଯୋଗ୍ୟ ବୋଲି ଅନୁଭବ କଲେ।।ଧୀରେ ଧୀରେ ଯୁବ ଗୋଷ୍ଠୀ ଏଥିରେ ଯୋଡି ହେଲେ।।ଯେତେବେଳେ ଆନ୍ଦୋଳନ, ପ୍ରତିବାଦ ଜୋରଦାର ହେଲା, ସେତେବେଳେ ସରକାର ନିଜ କ୍ଷମତା ଜାହିର କଲେ। ବିରୋଧୀଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି।

Latest Posts

Don't Miss