spot_img

Latest Posts

ପାୱାର ବ୍ୟାଙ୍କରୁ ନିଆଁ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ନିଆଁ। ଏକ ମୋବାଇଲର ପାୱାର ବ୍ୟାଙ୍କରୁ ନିଆଁ ଲାଗିଥିବା ଜଣାପଡ଼ିଛି। ହାଇଦ୍ରାବାଦରେ ଏହାର ଜରୁରୀ ଅବତରଣ କରାଯାଇଥିଲା। ଜଣେ ଯାତ୍ରୀଙ୍କ ମୋବାଇଲ ପାୱାର ବ୍ୟାଙ୍କରେ ତ୍ରୁଟି ଯୋଗୁଁ ବିମାନର ଉପର ଲଗେଜ୍‌ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ଏହି ଘଟଣାରେ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି। କ୍ୟାବିନ୍‌ କ୍ରୁ ସଦସ୍ୟମାନେ ଅଗ୍ନିନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁକୁ ଲିଭାଇଥିଲେ। ଏହି ବିମାନ ୧ଟା ୩୦ ମିନିଟ୍‌ରେ ଦିଲ୍ଲୀ ଛାଡ଼ିଥିଲା। ଚେନ୍ନାଇରେ ଅପରାହ୍ଣ ୪ଟାରେ ପହଞ୍ଚିବାର ଥିଲା। କିନ୍ତୁ ନିଆଁ ଲାଗିବା ପରେ ପାଇଲଟ୍‌ ବିମାନକୁ ହାଇଦ୍ରାବାଦ ଡାଇଭର୍ଟ କରିଥିଲେ।

Latest Posts

Don't Miss