କ୍ଷତିରେ ଚାଲୁଛି ଫ୍ଲିପକାର୍ଟ ଓ ଆମାଜନ୍

1 min read

ବାସ ଗୋଟିଏ କ୍ଲିକରେ ମିଳିପାରୁଛି ମନପସନ୍ଦର ଜିନିଷ । ତାହା ପୁଣି ଶସ୍ତାରେ । ବଜାରକୁ ଯିବାର ଟେନସନ ନାହିଁ କି ମୁଲଚାଲ କରିବାକୁ ପଡୁନି । ଇ-କମର୍ସ ଏବେ ସଭିଙ୍କ ପସନ୍ଦ । ଆମାଜନ ହେଉ ଅବା ଫ୍ଲିପକାର୍ଟ, ଗ୍ରାହକଙ୍କ ଚାହିଦା ଅନୁଯାୟୀ ଏମାନେ ଶସ୍ତାରେ ଜିନିଷ ଯୋଗାଇ ଦେଉଛନ୍ତି ।

ଦଶହରା ହେଉ ଅବା ଦୀପାବଳି ସବୁବେଳେ ଆକଷର୍ଣୀୟ ଅଫର । କିନ୍ତୁ ଜାଣିଛନ୍ତି କି ଆପଣଙ୍କର ଏହି ପ୍ରିୟ ଇ-କମର୍ସ ସଂସ୍ଥା ଏବେ କ୍ଷତିରେ ଚାଲୁଛି । ୨୦୧୮-୧୯ ଆର୍ଥିକ ବର୍ଷରେ ୩ ହଜାର ୮୩୭କୋଟି ଟଙ୍କା କ୍ଷତି ସହିଛି ଫ୍ଲିପକାର୍ଟ । ଗତ ଆଥିର୍କ ବର୍ଷରେ ବି ୨ ହଜାର ୬୩ କୋଟି ଟଙ୍କା ଫ୍ଲିପକାର୍ଟ କ୍ଷତି ସହିଥିଲା । ଆମାଜନ ହୋଲସେଲ ଇଣ୍ଡିଆ ୨୦୧୮-୧୯ ଆଥିର୍କ ବର୍ଷରେ ୧୧ ହଜାର ୨୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ୫ ହଜାର ୬୮୫ କୋଟି ଟଙ୍କା କ୍ଷତି ସହିଛି । କେବଳ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିବର୍ଷ ଏଭଳି କ୍ଷତି ସହୁଛନ୍ତି ଇ-କମର୍ସ ସଂସ୍ଥା । ')}

Leave a Reply