ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ

1 min read

ଭୁବନେଶ୍ୱର: ସାରା ବିଶ୍ୱ ତଥା ଦେଶରେ ଜଣଙ୍କ ପରେ ଜଣେ କରୋନା ଦ୍ୱାରା ଆକ୍ରାନ୍ତ ହେଉଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ସୁସ୍ଥ ହୋଇଛନ୍ତି ଭୁବନେଶ୍ୱରର ୫ କରୋନା ଆକ୍ରାନ୍ତ । ସେମାନଙ୍କ ସ୍ୱାବ୍‌ ନମୁନା ନେଗେଟିଭ୍‌ ଆସିଛି । ଏଥିସହିତ ରାଜ୍ୟରେ ମୋଟ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାବତ୍‌ ରାଜ୍ୟରେ ମୋଟ ୫୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୮ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ରାଜ୍ୟରେ ବର୍ତ୍ତମାନ ମୋଟ ୩୬ ଆକ୍ଟିଭ୍‌ କେସ୍‌ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଅନୁପାତରେ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମାତ୍ର ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ବମିଖାଲ ଅଞ୍ଚଳର । ସେ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାରୁ ଆକ୍ରାନ୍ତ ହୋଇଛନ୍ତି । ରାଜଧାନୀର ସମ୍ପୃକ୍ତ ଅଞ୍ଚଳ ଏବେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ ହୋଇରହିଛି । ତେବେ କୌଣସି ନୂଆ ସ୍ଥାନରୁ କେହିଁ  ଆକ୍ରାନ୍ତ ହୋଇଥିବା ସୂଚନା ମିଳିନାହିଁ । ଯାହା ରାଜଧାନୀବାସୀ ତଥା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

Leave a Reply