ଟ୍ରେନ୍ ସ୍ପାର୍କିଂରୁ IOCLର ତେଲ ଡିପୋରେ ନିଆଁ

ପାରାଦୀପ: ବାଉରିଆପାଳନ୍ଦା ଆଇଓସିଏଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ ସ୍ପାର୍କିଂରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଡିପୋ ଭିତରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ ଷ୍ଟାର୍ଟ ସମୟରେ ସ୍ପାର୍କିଂ ହୋଇଥିଲା। ଫଳରେ ନିକଟରେ ଯାଇଥିବା ପେଟ୍ରୋଲ ପଏଣ୍ଟରେ ନିଆଁ ଲାଗି ଯାଇଥିଲା ।
ସଙ୍ଗେ ସଙ୍ଗେ ପାରାଦୀପ ଆଇଓସିଏଲର ଅଗ୍ନିଶମ ବିଭାଗ, ଓଡ଼ିଶା ଅଗ୍ନିଶମ ବିଭାଗ ଓ ଟର୍ମିନାଲର ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ପେଟ୍ରୋଲ ପାଇପଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ସଠିକ୍ ତଥ୍ୟ ମିଳିପାରିନାହିଁ ।