ଆଜି ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବେ ବରିଷ୍ଠ ଅଧିକାରୀ

1 min read

ରାଉରକେଲା: କେତେ ସରିଲାଣି ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାମ । FIH ଓ ହକି ଇଣ୍ଡିଆ ଓ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ଆଜି ରାଉରକେଲା ଗସ୍ତରେ ଆସି ବିପିୟୁଟି ପରିସରରେ ନିର୍ମିତ ହେଉଥିବା ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । FIHର ଆକ୍ଟିଙ୍ଗ ପ୍ରେସିଡେଣ୍ଟ, CEO, ସିନିଅର ସ୍ପୋର୍ଟସ ମ୍ୟାନେଜର, କମ୍ୟୁନିକେସନ ମ୍ୟାନେଜର ଆସିବେ । ହକି ଇଣ୍ଡିଆର ଏକଜ୍ୟୁକୁଟିଭ ଡାଇରେକ୍ଟର, ସିନିଅର ମ୍ୟାନେଜର କମ୍ପିଟିସନ ଓ ଡେଭଲପମେଣ୍ଟ, COA ଆସିବେ । ଇଡକୋ ମୁଖ୍ୟ ହେମନ୍ତ ଶର୍ମା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣା ମଧ୍ୟ ଆସିବେ ।

ସକାଳ ସାଢେ ୧୦ ଟା ସମୟରେ ରାଉରକେଲା ବିମାନବନ୍ଦରଠାରେ ପହଞ୍ଚିବା ପରେ ବିପିୟୁଟି ପରିସରରେ ନିର୍ମିତ ହେଉଥିବା ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । ଏହି ଗସ୍ତ ସମୟରେ ରାଉରକେଲା ବିମାନବନ୍ଦର, ହକି ପ୍ରାକଟିସ ଫିଲଡ ମଧ୍ୟ ଅନୁଧ୍ୟାନ କରିବେ । ଖେଳାଳିଙ୍କ ରହିଵା ସ୍ଥାନ, ପ୍ରାକ୍ଟିସ ସେଣ୍ଟର, ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଵାର କାର୍ଯ୍ୟକ୍ରମ ରହିଛି । ବିପିୟୁଟି ପରିସରରେ ନିର୍ମିତ ହେଉଛି ଆନ୍ତର୍ଜାତୀୟସ୍ତରର ସର୍ବ ବୃହତ ହକି ଷ୍ଟାଡିୟମ୍ ।