ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ

କଟକ: କ୍ୟାରିୟର କରିବାକୁ ହେଲେ ଶିକ୍ଷା ସହ ସଂସ୍କାର ଜରୁରୀ । ଭଲ ସଂସ୍କାର ବିନା ଜଣେ କେବେହେଲେ ଭଲ କ୍ୟାରିୟର କରିପାରିବ ନାହିଁ । ତେଣୁ ଛାତ୍ର ଛାତ୍ରୀ ମାନେ ଭଲ ମାର୍କ ହାସଲ ସହ ସବୁବେଳେ ସଂସ୍କାରୀ ହେବାକୁ ଚେଷ୍ଟା କରିବା ଦରକାର । ଏହା ହେଲେ ହିଁ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିବା ସହଜ ହେବ । ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଦଶମ ପାସ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବଦ୍ଧିତ କରି ଏମିତି ପରାମଶ୍ୟ ଦେଇଛନ୍ତି ବିଶିଷ୍ଠ ଶିକ୍ଷାବିତ ମାନେ ।

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଳି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ହରପ୍ରିୟା ମହାନ୍ତିଙ୍କ ଉପସ୍ଥିତରେ ସମ୍ବର୍ଦ୍ଧନା ସଭା ଓ କ୍ୟାଣ୍ଡେଲ ପ୍ୟାସିଙ୍ଗ ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ସବରେ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟବକ୍ତା ଭାବେ ପ୍ରଫେସର ଡକ୍ଟର ପ୍ରଣବ ମିଶ୍ର, ସମ୍ମାନିତ ଅତିଥି ଭାବେ ଡକ୍ଟର ଶେଷଦେବ ଦାସ,ଶ୍ରୀମତି ମ୍ରୁଣମୟୀ ଦେବୀ, ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ପାଣିଗ୍ରାହୀ ଏବଂ ସ୍କୁଲର ସଂପାଦକ ପ୍ରଫେସର ପ୍ରମୋଦ ମିଶ,ସ୍କୁଲର ଅଧ୍ୟକ୍ଷା ନିବେଦିତା ମିଶ୍ର ପ୍ରମ୍ମୁଖ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମଦ୍ଧିତ କରିବା ସହ କିପରି କ୍ୟାରିୟର ବାଛିବେ ସେନେଇ ପରାମଶ୍ୟ ଦେଇଥିଲେ ।

ଏହି ଅବସରରେ କ୍ୟାଣ୍ଡେଲ ପ୍ୟାସିଙ୍ଗ ସେରିମନି ମଧ୍ୟ କରାଯାଇଥିଲା । ସିବିଏସଇ ଏନଇପି କନଫରେନ୍ସରେ ଭାଗ ନେଇଥିବା ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ମାନେ ସାଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଚଳିତ ବର୍ଷ ୪୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧୦ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖି ଉତୀଣ୍ଣ ହୋଇଥିବାବେଳେ ଅନ୍ୟମାନେ ୬୦ ପ୍ରତିଶତରୁ ଉର୍ଦ୍ ନମ୍ବର ରଖି ପାସ କରିଛନ୍ତି ।