କାର ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବାପା ମୃତ ପୁଅ ଗୁରୁତର

ଗଜପତି: କାର ପାର୍କିଂକୁ ନେଇ ବଚସା । ବାପା ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ବାପା ଏସ ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଜଗଦିଶ ଆହତ ହୋଇଛନ୍ତି । ପାରଳାଖେମୁଣ୍ଡି ଗୋଲା ସାହିରେ ଘଟିଛି ଘଟଣା । ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ କାର ପାର୍କିଂକୁ ନେଇ ବିବାଦ ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ବଚସାକୁ ନେଇ ହାତାହାତି ହୋଇଥିଲେ ।

ଅଟୋରେ ଆସିଥିବା ଏକ ଗୋଷ୍ଠୀ ହଠାତ୍ ଗାଡି ଭଙ୍ଗାରୁଜା କରିବା ସହ ବାପ ପୁଅଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ଠାରୁ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ବାପା ଶ୍ରୀନିବାସ । ଗୁରୁତର ଅବସ୍ଥାରେ ଶ୍ରୀନିବାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।