ଆବଶ୍ୟକ ପଡ଼ିଲେ ସଂସଦରେ ଚାଷୀ ବିକିବେ ଧାନ: ଚାଷୀ ନେତା ରାକେଶ ଟିକାୟତ
1 min readନୂଆଦିଲ୍ଲୀ: କେନ୍ଦ୍ରର ତିନିଗୋଟି କୃଷି ଆଇନକୁ ନେଇ ବିରୋଧ ଜାରି ରହିଛି । ଦିଲ୍ଲୀ ସୀମାରୁ ଆରମ୍ଭ ହୋଇଥିବା କୃଷକଙ୍କ ବିରୋଧର ସ୍ୱର ମହାପଞ୍ଚାୟତ ମାଧ୍ୟମରେ ପ୍ରତି ରାଜ୍ୟରେ ପହଞ୍ଚୁଛି । ଭାରତୀୟ କିଷାନ ୟୁନିୟନର ନେତା ରାଜ୍ୟ ରାଜ୍ୟ ବୁଲି ମହାପଞ୍ଚାୟତ ଆୟୋଜନ କରୁଛନ୍ତି । ମଙ୍ଗଳବାର ସହିଦ ଦିବସ ଅବସରରେ ରାଜସ୍ଥାନର ଜୟପୁରରେ ଆୟୋଜିତ ସଭାରେ ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି- ଆବଶ୍ୟକ ପଡ଼ିଲେ, ଆମେ ଉତ୍ପାଦନ ଶସ୍ୟକୁ ସଂସଦ ପରିସରରେ ବିକ୍ରି କରିବୁ ।
ଟିକାୟତ କହିଛନ୍ତି- ଚାଷୀ ଭାଗ ଭାଗ ହୋଇନାହାଁନ୍ତି । ଦରକାର ହେଲେ ଚାଷୀ ସଂସଦରେ ଯାଇ ଧନ ବିକିବେ । ପ୍ରଧାନମନ୍ତ୍ରୀ କହିଥିଲେ ଚାଷୀ ଦେଶର କେଉଁଠି ବି ଫସଲ ବିକି ପାରିବେ । ମଣ୍ଡି ବାହାରେ ଜିଲ୍ଲାପାଳ ଅଫିସ୍, ବିଧାନସଭା ଓ ସଂସଦରେ ଫସଲ ବିକ୍ରି କରି ଆମେ କୃଷକଙ୍କ ଶକ୍ତି ଦେଖାଇବୁ ବୋଲି ଟିକାୟତ କହିଛନ୍ତି । ଏଥିସହ ପୁଣି ଟ୍ରାକ୍ଟର ନେଇ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ରହିବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଟିକାୟତ ।
#WATCH | You would need to go to Delhi when asked&have to breach barricades again. PM said farmers can sell crops anywhere. We'll prove it by selling at State Assemblies, Collectors’ offices &Parliament. No mandi can be better than Parliament: BKU's Rakesh Tikait in Jaipur(23.03) pic.twitter.com/LulbxjJAtV
— ANI (@ANI) March 23, 2021
କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ ।
ଦେଶରେ ଏକସଙ୍ଗରେ ‘ଜୟ ରାମ’ ଏବଂ ‘ଜୟ ଭୀମ’ ସ୍ଲୋଗନ ଶୁଭିଲେ ହିଁ ଦେଶ ବଞ୍ଚିବ ବୋଲି ଟିକାୟତ କହିଛନ୍ତି । ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ ।