ଅଷ୍ଟମ ଥର ଚାଷୀ-ସରକାର ଆଲୋଚନା ଜାରି

1 min read

ନୂଆଦିଲ୍ଲୀ: ପ୍ରଥମରୁ ସପ୍ତମଥର ବସି ସାରିଛି ବୈଠକ । ସରକାର-ଚାଷୀଙ୍କ ମଧ୍ୟରେ ହୋଇଛି ଆଲୋଚନା । କିନ୍ତୁ ସବୁ ହୋଇଛି ବିଫଳ । ଆଜି ପୁନର୍ବାର ଅର୍ଥାତ ଅଷ୍ଟମଥର ପାଇଁ ବସିଛି ବୈଠକ । ନୂଆ କୃଷି ଆଇନକୁ ନେଇଜାରି ରହିଛି ଆଲୋଚନା । ଆଜି ପୁଣି ଥରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । ଦିଲ୍ଲୀର ବିଜ୍ଞାନ ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ହୋଇଛନ୍ତି ।

ସେହିଭଳି ଚାଷୀନେତା ମାନେ ବୈଠକରେ ଉପସ୍ଥିତ ରହିଛନ୍ତି । ଦୁଇଟି ପ୍ରସ୍ତାବ ଉପରେ ସରକାର ସହମତି ପ୍ରକାଶ କରିଥିବାବେଳେ ଆଇନ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବ । ଯଦି ସରକାର ଦାବି ନ ମାନନ୍ତି ତେବେ କାଲିଠୁ ଜୋରଦାର ହେବ ଆନ୍ଦୋଳନ । ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ ବିରୋଧରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଛି ।

ସେହିଭଳି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରିବା ପାଇଁ ରଣନୀତି ଆପଣେଇଛନ୍ତି ଚାଷୀ । ସେପଟେ ଚାଷୀଙ୍କ ସହ ଆଲୋଚନା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ପୀୟୂଷ ଗୋଏଲ ।

Leave a Reply