spot_img

Latest Posts

ଶଂଭୁ ସୀମାନ୍ତରେ ଆଜି ଚାଷୀଙ୍କ ପ୍ରାର୍ଥନା ଦିବସ

ନନ୍ଦିଘୋଷ ବ୍ୟୁରୋ: ଶମ୍ଭୁ ବର୍ଡରରେ ଆଜି ଚାଷୀମାନେ ପାଳନ କରିବେ ପ୍ରାର୍ଥନା ଦିବସ। କୃଷକ ନେତା ଶରୱନ ସିଂହ ପନ୍ଧେର ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି,  ଆମର ଆନ୍ଦୋଳନର ଏକ ଅଂଶ ବିଶେଷ ଭାବେ ଆଜି ଆମେ ପ୍ରାର୍ଥନା ଦିବସ ପାଳନ କରିବୁ। ଚାଷୀ ଆନ୍ଦୋଳନର ସଫଳତା ପାଇଁ ସାରା ଦେଶବାସୀ ପ୍ରାର୍ଥନା କରନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପନ୍ଧେର ଆହୁରି କହିଛନ୍ତି, ଆସନ୍ତା ୧୪ ତାରିଖରେ ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ଶମ୍ଭୁ ବର୍ଡରରୁ ଏହି ଯାତ୍ରା ଆରମ୍ଭ ହେବ। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ଯାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ୧୪ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦି ହରିୟାଣା ଗସ୍ତରେ ଯାଇଥିଲେ। କିନ୍ତୁ ଚାଷୀ ଆନ୍ଦୋଳନ ସଂପର୍କରେ କିଛି କହିନଥିଲେ। ତେଣୁ କେନ୍ଦ୍ର ସରକାକୁ କଡ଼ା ସମାଲୋଚନା କରିଛନ୍ତି ପାନ୍ଧେର। ଚାଷୀଙ୍କ ପାଇଁ କେହି କିଛି କରୁନଥିବାର ସେ କ୍ଷୋଭର ସହିତ କହିଛନ୍ତି ।

Latest Posts

Don't Miss