କୃଷି ବିଲ୍ ଲୋକସଭାରେ ପାସ୍, ପ୍ରଧାନମନ୍ତ୍ରୀ କହିଲେ- କୃଷକଙ୍କୁ ଭ୍ରମିତ କରିବାକୁ ଲାଗିଛନ୍ତି ଲୋକ
1 min read
ନୂଆଦିଲ୍ଲୀ: ସଂସଦରେ କୃଷି ସଂଶୋଧନ ବିଲକୁ ନେଇ କେନ୍ଦ୍ର ମନ୍ତ୍ରୀ ହରସିମରତ ବାଦଲଙ୍କ ଇସ୍ତଫା ପରେ କୃଷକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି- କୃଷକଙ୍କୁ ଭ୍ରମିତ କରିବାକୁ ବହୁତ ଶକ୍ତି ଲାଗିଛି । ମୁଁ କୃଷକ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱସ୍ତ କରୁଛି MSP ଓ ସରକାରୀ କ୍ରୟ ବ୍ୟବସ୍ଥା ପୂର୍ବ ଭଳି ରହିବ । ଏହି ବିଲ୍ ପ୍ରକୃତରେ କୃଷକଙ୍କୁ କେତକ ବିକଳ୍ପ ପ୍ରଦାନ କରିବ । ଏହା କୃଷକଙ୍କୁ ଆହୁରି ସଶକ୍ତ କରିବ ।
लोकसभा में ऐतिहासिक कृषि सुधार विधेयकों का पारित होना देश के किसानों और कृषि क्षेत्र के लिए एक महत्वपूर्ण क्षण है। ये विधेयक सही मायने में किसानों को बिचौलियों और तमाम अवरोधों से मुक्त करेंगे। #JaiKisan
— Narendra Modi (@narendramodi) September 17, 2020
ଏହି ବିଲ୍ କୃଷକଙ୍କ ହିତ ପାଇଁ । ଲୋକସଭାରେ ଐତିହାସି କୃଷି ସୁଧାର ବିଲ୍ ପାସ୍ ହେବା ଦେଶର ଚାଷୀ ଓ କୃଷି କ୍ଷେତ୍ର ପାଇଁ ମହତ୍ୱପୂର୍ଣ୍ଣ ସମୟ । ବିଲ୍ ଦ୍ୱାରା କୃଷକ ମିଡିଲ୍ ମ୍ୟାନ୍ ବା ଦଲାଲ ସହ ଅନ୍ୟ ଅବରୋଧରୁ ମୁକ୍ତି ପାଇବେ । ଏହି କୃଷି ସୁଧାର ଦ୍ୱାରା କୃଷକ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ନୂଆ ମୌକା ପାଇବେ । ଯାହାଦ୍ୱାରା ଲାଭ ମିଳିବ । ଏହାଦ୍ୱାରା କୃଷି କ୍ଷେତ୍ରରେ ଆଧୁନିକ ଟେକ୍ନୋଲଜିକୁ ଲାଭ ମିଳିବ ।
ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହର୍ଷିମ୍ରତ୍ କୌର ବାଦଲ, କୃଷି ବିଲକୁ ବିରୋଧ…
NDAରୁ ଓହରିବ କି ଅକାଳୀ ଦଳ ?
ସଂଶୋଧିତ କୃଷି ବିଲକୁ ନେଇ ବିଜେପିର ସହଯୋଗୀ ଅକାଳୀ ଦଳରୁ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ଇସ୍ତଫା ଦେଇଛନ୍ତି । କୌର ଲେଖିଛନ୍ତି- କୃଷକ ବିରୋଧୀ ବିଲ୍ ଓ ଆଇନକୁ ବିରୋଧ କରି ମୁଁ କେନ୍ଦ୍ରୀୟ କ୍ୟାବିନେଟରୁ ଇସ୍ତଫା ଦେଇଛି । ମୋତେ ଗର୍ବ ହେଉଛି କି ମୁଁ କୃଷକଙ୍କ ସହିତ ତାଙ୍କର ଝିଅ ଓ ଭଉଣୀଭାବେ ଛିଡ଼ା ହୋଇଛି । ଏହା ଛଡ଼ା ଏମିତି ଖରବ ବି ଚାଲୁଛି ଅକାଳୀ ଦଳ, ଏନଡିଏରୁ ସମର୍ଥନ ଫେରାଇ ନେଇପାରେ । ଶିରୋମଣୀ ଅକାଳୀ ଦଳ କେନ୍ଦ୍ର ସରକାରରୁ ସମର୍ଥନ ଫେରାଇନେବା ଉପରେ ଦଳର ବୈଠକରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ହରସିମରତ କୌର ।