ଫକିରମୋହନ ବିଶ୍ୱବିଦ୍ୟାଳୟ ନେଇ ଆଜି କୁଳପତି ଚୟନ

ବାଲେଶ୍ୱର: ଆଜି ହେବ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଚୟନ । କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ମୋହର ବାଜିବା ପରେ ନୂଆ କୁଳପତିଙ୍କ ନାଁ ଘୋଷଣା କରାଯିବ । ଫକିରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ମୋଟ ୧୦ ଜଣ ଆବେଦନ କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାଁ ତାଲିକା କରାଯାଇଛି । ଆଜି ରାଜ୍ୟପାଳ ସେମାନଙ୍କ ସାକ୍ଷାତକାର ନେବେ । ଏଥିପାଇଁ ଆଜି ସେମାନଙ୍କୁ ରାଜଭବନରେ ପହଞ୍ଚିବା ପାଇଁ କୁହାଯାଇଛି । ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା । ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକିରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଛି । ଆଜି ସାକ୍ଷାତକାର ପରେ ନୂଆ କୁଳପତି ଘୋଷଣା ହେବାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ଦିଦି ପାଳନ କରିବେ ’ଖେଲା ହୋବେ ଦିବସ’, ବିଜେପି ମୁକ୍ତ ନେଇ ଆହ୍ୱାନ

Leave a Reply