କରୋନା ଗୁଜବକାରୀଙ୍କୁ ତ୍ରାହି ନାହିଁ…

ଭୁବନେଶ୍ୱର: ସାରା ଦେଶ ଏବେ କରୋନା ରାକ୍ଷସ ସହ ଲଢ଼ୁଛି । ଖାଲି ଦେଶ କାହିଁକି ପୁରା ବିଶ୍ୱ କରୋନା କବଳରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶେରେ ଲକ୍‌ଡାଉନ ଜାରୀ ରହିଛି । ରାଜ୍ୟ ସରକାର କରୋନାକୁ ନେଇ ପ୍ରତି ସମୟରେ ଲୋକଙ୍କୁ ସଚେତନ କରୁଛନ୍ତି । କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ କଡ଼ା ପଦକ୍ଷେପ ମାନ ନେଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ, ରକ୍ଷା ହେଲାନି ସାମାଜିକ ଦୂରତା

ହେଲେ ସରକାର ଆମକୁ ବଞ୍ଚାଇବା ପାଇଁ ଯେତିକି ରତ୍ପର, ତାଠୁ ଅଧିକ ତତ୍ପର ଗୁଜବକାରୀ ଗୁଜବ ପ୍ରଚାର କରିବାରେ । କରୋନା ସମ୍ପର୍କିତ ମିଛ ଖବର ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଦେଇ ଲୋକଙ୍କୁ ଭୟଭୀତ କରାଉଛନ୍ତି ।

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ

ବୁଧବାର ରାଜଧାନୀର ଏକ ଶିକ୍ଷାନୁଷ୍ଠାନ ନାଁରେ କରୋନା ନେଇ ଗୁଜବ ସୃଷ୍ଟି କରିଛନ୍ତି । ଉକ୍ତ ଶିକ୍ଷାନୁଷ୍ଠାନରୁ ୧୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରସାର କରାଯାଇଛି । ତେବେ ଏନେଇ ରାଜ୍ୟ କରୋନା ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ କହିଛନ୍ତି ଗୁଜବ କରିବା ଏକ ପ୍ରକାର ଦେଶଦ୍ରୋହ କାର୍ଯ୍ୟ ।

କୌଣସି ବ୍ୟକ୍ତି ଏଭଳି କାମ କରିବାର ଦୃଷ୍ଟାନ୍ତ ମିଳିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ମଧ୍ୟ ଏଭଳି କରୋନା ଗୁଜବକାରୀଙ୍କୁ ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply