ମିଛ ପରିଚୟରେ ସତ ଲୁଟ୍, ରାଜଧାନୀରେ ନକଲି CBI ଅଫିସର

ଭୁବନେଶ୍ୱର: ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ । ନକଲି ସିବିଆଇ ଅଧିକାରୀ ନିଖିଳ ସ୍ବାଇଁକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ଠକ । ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି 30 ହଜାର ଠକି ନେଇଥିଲା ଠକ ।

ପରବର୍ତ୍ତୀ ସମୟରେ ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟ ଚାକିରୀ ଦେବାକୁ କହି ୪୦  ହଜାର ଟଙ୍କା ଠକି ନେଇଥିଲା । ଏମିତି କିଛି ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା  । ଶେଷରେ  ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ତମାଣ୍ଡୋ ପୋଲିସ  । ଗିରଫ ପରେ ଅଭିଯୁକ୍ତକୁ  କୋର୍ଟ ଚାଲାଣ କରାଯାଇଛି  ।

 

Leave a Reply