ଚୁପ୍ ଚାପ୍ ଛାଡ଼ନ୍ତୁ ଗ୍ରୁପ୍, ହ୍ବାଟସଆପ ଆଣିଲା ନୂଆ ଫିଚର୍

ନୂଆଦିଲ୍ଲୀ: ନୂଆ ଫିଚର୍ ଲଞ୍ଚ କଲା ହ୍ବାଟସଆପ୍ । ଏବେ ଆପଣ ଚୁପ୍ ଚାପ୍ ଛାଡ଼ି ପାରିବେ ହ୍ବାସଟଆପ୍ ଗ୍ରୁପ୍ । ଅନ୍ୟମାନଙ୍କୁ ଜଣା ବି ପଡ଼ିବନି ଯେ, ଆପଣ ଗ୍ରୁପରୁ ଲେଫ୍ଟ ହେଉଛନ୍ତି ବୋଲି । ହ୍ବାଟସଆପରେ ଆସିବାକୁ ଯାଉଛି ୩ଟି ନୂଆ ଫିଚର୍ । ଯେଉଁଥିରେ ଆପଣ ନିଜ ଇଚ୍ଛା ଅନୁସାରେ ନିଜ ପ୍ରାଇଭେସି ଆକ୍ଟିଭ୍ କରି ପାରିବେ । ଏହାଦ୍ବାରା ଆପଣ ନିଜ ଡାଟା ସୁରକ୍ଷିତ ରଖିପାରିବେ ।

ସେହିପରି ଆପଣ ଗ୍ରୁପ୍ ଛାଡ଼ିଲା ପରେ କେଉଁମାନେ ତାହା ଜାଣି ପାରିବେ ତାହା ମଧ୍ୟ ଆପଣ ସେଟିଂ କରିପାରିବେ । କିନ୍ତୁ ଯିଏ ଗ୍ରୁପ୍ ଆଡମିନ୍ ଅଛନ୍ତି ସେ କେବଳ ଏହାକୁ ଜାଣି ପାରିବେ । ଏହି ଫିଚର ଚଳିତ ମାସ ଶେଷ ବେଳକୁ ସାରା ବିଶ୍ବରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ।

ଆଉ ଏକ ଫିଚର୍ ବି ହ୍ବାଟସଆପରେ ଆସିବାକୁ ଯାଉଛି । ଏଥିରେ ଆପଣ ଅନଲାଇନ୍ ଅଛନ୍ତି ବୋଲି କାହାକୁ ଦେଖାଇବାକୁ ଚାହୁଁଛନ୍ତି ସେଟା ବି ଆପଣ ସେଟିଂ କରିପାରିବେ । ସେହିପରି ଆପଣ ଦେଉଥିବା ଷ୍ଟାଟସରେ ବି କିଛି ପରିବର୍ତ୍ତନ ହେବାକୁ ଯାଉଛି ।

ପୂର୍ବରୁ ୟୁଜର ମାନଙ୍କପାଇଁ ମିସଡ୍ କଲ ଆଲର୍ଟ ବିଷୟରେ ବି ଫିଚର୍ ଆସିଥିଲା । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ପ୍ରୟୋଜନୀୟ ହେବ ବୋଲି କୁହାଯାଉଥିଲା ।

ହ୍ବାଟସଆପ ଏବେ ଏକ ନୂଆ ଫିଚର ଉପରେ କାମ କରୁଛି । ବିଭିନ୍ନ ପ୍ରକାର ଫିଚର୍ ଯୋଗୁ ୟୁଜର ଖୁସିବ୍ୟକ୍ତ ବି କରିଛନ୍ତି । ସେଥିପାଇଁ ଦିନକୁ ଦିନ ଏହା ଲୋକପ୍ରିୟ ଆପ୍ ପାଲଟିଛି ।