ମୋଦିଙ୍କୁ ମନମୋହନଙ୍କ ଚିଠି: ଟିକାର ସଂଖ୍ୟା ଦେଖନି, ଟିକାକରଣ ବଢାଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ଦେଶରେ କୋଭଡ ସ୍ଥିତି ଏବଂ ଟିକାକରଣ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଦେଶରେ ଟିକାକରଣର ଗତି ବଢାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଅଧିକରୁ ଅଧିକ ଟିକାକରଣ ହେଲେ ହିଁ କରୋନାରୁ ମୁକ୍ତି ମିଳିବ ବୋଲି ଚିଠି ଲେଖି ପରାମର୍ଶ ଦେଇଛନ୍ତି ମନମୋହନ ।

କେତେ ଟିକାକରଣ ହେଲା, ତା’ର ସଂଖ୍ୟା ନଦେଖି ଦେଶର ଜନସଂଖ୍ୟା ହିସାବରେ କେତେ ପ୍ରତିଶତ ଟିକାକରଣ ହେଉଛି ତା’ରି ଉପରେ ଧ୍ୟାନ ଦେବାକୁ ମନମୋହନ ସିଂହ ଲେଖିଛନ୍ତି । ଭାରତରେ ବର୍ତ୍ତମାନ ୧୦ ପ୍ରତିଶତରୁ କମ୍‌ ଲୋକ ଟିକାକରଣରେ ସାମିଲ ହୋଇଛନ୍ତି । ଆହୁରି ଅଧିକ ଲୋକଙ୍କୁ ଟିକାକରଣ ଦରକାର । ଏଥିସହ ରାଜ୍ୟଗୁ଼ଡିକୁ ମଧ୍ୟ ଯଥେଷ୍ଟ ପରିମାଣରେ ଟିକା ଯୋଗାଇବା ଦରକାର ।

ବର୍ତ୍ତମାନ ପ୍ରତ୍ୟେକ ଦିନ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଟିକାକରଣ ସହ କୋଭିଡ ପ୍ରଟୋକଲ ହିଁ ଏଥିରୁ ମୁକ୍ତି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲେଖିଛନ୍ତି । ଗତକାଲି ଦେଶରେ କରୋନା ସ୍ଥିତି ନେଇ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମନମୋହନ ସିଂହ ।

Leave a Reply