spot_img

Latest Posts

ଯେଉଁଠି ବିକ୍ରି କରିବାକୁ ଅନୁମତି ମିଳୁନି ସେଠି ପ୍ଲାଣ୍ଟ୍ ବସାଇବୁନି : ଏଲନ ମସ୍କ

ନୂଆଦିଲ୍ଲୀ: ‘ଟେସଲା’ର ଇଲେକ୍ଟ୍ରି କାର୍‌ ଭାରତକୁ ଆସିବ କି ନାହିିଁ ଏ ସଂକ୍ରାନ୍ତରେ ଘୋଷଣା କରିଛନ୍ତି ବିଶ୍ୱର ବଡ଼ ଧନୀ ତଥା ଟେସଲା ସିଇଓ ଏଲନ ମସ୍କ । ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ରିପ୍ଳାଏ ଦେଇ ସେ ଏସମ୍ପର୍କରେ ସୂଚିତ କରିଛନ୍ତି ।

ସବୁବେଳେ ଟ୍ୱିଟରେ ସକ୍ରିୟ ରହୁଥିବା ମସ୍କ ଦକ୍ଷିଣ ଏସିଆ ଦେଶରେ ଟେସଲାର କାର ବିକ୍ରି ପାଇଁ ଅନୁମତି ନମିଳେ ତେବେ ସେଠାରେ କାରର ଉତ୍ପାଦନ କାରଖାନା ସ୍ଥାପନ ହୋଇପାରିବ ନାହିଁ ବୋଲି ଟ୍ୱିଟ୍ କରିଥିଲେ । ଏଭଳି ଟ୍ୱିଟ୍ ପରେ ଟ୍ୱିଟରରେ ଜଣେ ବ୍ୟକ୍ତି ମସ୍କଙ୍କୁ ପ୍ରଶ୍ନ କରିବା ସହିତ ଭାରତରେ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଟେସଲାର ଯୋଜନା ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମସ୍କ କହିଥିଲେ ଯେ, ଟେସଲା ଏମିତି କୌଣସି ସ୍ଥାନରେ ଉତ୍ପାଦନ କାରଖାନା ସ୍ଥାପନ କରିବ ନାହିଁ ଯେଉଁଠାରେ ଆମକୁ କାର ବିକ୍ରି ପାଇଁ ଅନୁମତି ଦିଆଯାଇ ନାହିଁ।

ସୂଚନା ଯୋଗ୍ୟ ଯେ, ଟେସଲା ଉପରେ ଆମଦାନୀ ଶୁଳ୍କ ନେଇ ଏଲନ ମସ୍କଙ୍କ ସରକାରଙ୍କ ସହ ଆଲୋଚନା ଜାରି ରହିଛି । ସେ ଆମଦାନୀ ଶୁଳ୍କ କରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଭାରତରେ ଉତ୍ପାଦନ କାରଖାନା ଖୋଲିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଚୀନରେ କାର୍ ତିଆରି କରି ଭାରତରେ ବିକ୍ରି କରିବାକୁ ଆଦୌ ଗ୍ରହଣ କରାଯିବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମସ୍କ ଆମଦାନୀ ଶୁଳ୍କ ହ୍ରାସ କରାଇବା ପରିବର୍ତ୍ତେ ପିଏଲ୍‌ଆଇ ଯୋଜନାର ଲାଭ ନିଅନ୍ତୁ ବୋଲି କୁହାଯାଇଛି । ତେବେ ଏଲନ ମସ୍କଙ୍କ ଏଭଳି ଟ୍ୱିଟ୍‌କୁ କଟାକ୍ଷ କରିଛନ୍ତି ‘ଓଲା’ର ଭବେଶ ଅଗ୍ରଓ୍ୱାଲ । ସେ କହିଛନ୍ତି ଥ୍ୟାଙ୍କସ୍ ବଟ୍ ନୋ ଥ୍ୟାଙ୍କସ୍ ।

ଏଥିସହିତ ପଢ଼ନ୍ତୁ: ଦିବ୍ୟାଙ୍ଗ ପିଲାକୁ ବିମାନ ଯାତ୍ରା ନେଇ ଅନୁମତି ଦେଲାନି ଇଣ୍ଡିଗୋ; ୫ଲକ୍ଷ ଟଙ୍କା ଜରିମାନା ଲାଗୁ କଲା ଡିଜିସିଏ

Latest Posts

Don't Miss