ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲେ DRM; ବନବିଭାଗ ନା ରେଳବିଭାଗ ଦାୟୀ ?

Elephant Killed In Jujumura Hit By BBSR RKl Intercity Express

ସମ୍ବଲପୁରରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଡିଆରଏମ । ଶନିବାର ସନ୍ଧ୍ୟାରେ ସମ୍ବଲପୁର ଯୁଯୁମୁରା ଥାନା ଗଡଗଡ ବାହାଲ ରେଳ ଓଭରବ୍ରିଜ୍‌ ନିକଟରେ ଟ୍ରେନ୍ ଧକ୍କାରେ ଦନ୍ତାର ମୃତ୍ୟୁ ଘଟିଥିଲା । ଟ୍ରେନ ଧକ୍କା ଯୋଗୁ ଶରୀରର ଅଧିକ କ୍ଷତ ଚିହ୍ନ ରହିଛି । ଖବରପାଇ ରାତିରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିଥିଲା ।

ହାତୀଟିର ବୟସ ୧୦ ରୁ ୧୨ ବର୍ଷ ହେବ ବୋଲି ବନବିଭାଗ କହିଛି । ଦୁର୍ଘଟଣା ପାଇଁ ରେଳ ବିଭାଗ ନା ବନବିଭାଗ ଦାୟୀ, ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ମୃତ ହାତୀର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି । ପୂର୍ବରୁ ଗତ ୩୦ ତାରିଖରେ ସଦର ରେଞ୍ଜ ଯାଦୁଲୋଇସିଂଙ୍ଗରେ ବିଦ୍ୟୁତ କରେଣ୍ଟରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିଲା ।

Elephant Killed In Jujumura Hit By BBSR RKl Intercity Express

ପୂର୍ବରୁ ଯାଜପୁର, କେନ୍ଦୁଝର, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ, ଝାରସୁଗୁଡ଼ା ଓ କଟକର ଟ୍ରେନ୍ ଟ୍ରାକରେ ଏକାଧିକ ହାତୀଙ୍କ ଜୀବନ ଯାଇଛି ।

ତେବେ, ଟ୍ରେନ୍ ଟ୍ରାକରେ ହାତୀ ମୃତ୍ୟୁକୁ ନେଇ ରେଳବାଇକୁ ଦାୟୀ କରିବା ଅନୁଚିତ୍ ବୋଲି କହିଛନ୍ତି ଅଧିକାରୀ । ହାତୀ ଟ୍ରେନ୍ ଟ୍ରାକ୍ ପାରିହେବା ବେଳେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇବା ଦରକାର । ଫଳରେ ଟ୍ରେନର ବେଗ ଧିମା କରିବା ସହ ଅଟକା ଯାଇପାରିବ । ବ୍ରେକ୍ ଦେବାର ୭୫୦ରୁ ଏକ ହଜାର ମିଟର ପରେ ଟ୍ରେନ୍ ରହିଥାଏ ବୋଲି ରେଳବାଇ ଅଧିକାରୀ କହିଛନ୍ତି ।

Leave a Reply