୬ ହାତୀ ମୃତ୍ୟୁ ଘଟଣା: କଳାହାଣ୍ଡିଗସ୍ତରେ ଯିବେ ୪ ଜଣିଆ ଟିମ୍

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଆଜି କଳାହାଣ୍ଡି ଗସ୍ତରେ ଯିବେ କେନ୍ଦ୍ରୀୟ ପ୍ରତିନିଧି ଦଳ । ପ୍ରଥମେ ଭବାନୀପାଟଣାରେ ସମୀକ୍ଷା କରିବେ ୪ ଜଣିଆ ଟିମ୍ । ଆସନ୍ତାକାଲି କର୍ଲାପାଟ ଅଭୟାରଣ୍ୟ ଯାଇ ହାତୀ ମୃତ୍ୟୁର କରିବେ ସମୀକ୍ଷା । ଗତ କିଛି ଦିନ ତଳେ ୬ଟି ହାତୀର ମୃତ୍ୟୁ ହୋଇଥିଲା । କର୍ଲାପାଟ ଅଭୟାଆରଣ୍ୟର ଘୁଷୁରୀଗୁଡି ନାଲାରୁ ଛୁଆ ହାତୀର ମୃତଦେହ ଉଦ୍ଦାର ପରେ ହାତୀ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା । ହାତୀ ମୃତ୍ୟୁର କାରଣ ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ଟିମ ଓ ପଶୁ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସାହାଣ ଭୁତାଣୁ ସଂକ୍ରମଣ ବୋଲି ସ୍ପଷ୍ଟ କରିଥିଲେ । ଯାହା ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁର ମୃତ ଦେହରୁ ହାତୀକୁ ବ୍ୟାପିଥିବା ବିଶେଷଜ୍ଞ ପ୍ରକାଶ କରିଥିଲେ । ଓଡ଼ିଶାରେ ଏଭଳି ସଂକ୍ରମଣ ପ୍ରଥମ ଘଟଣା  । ୧୭ ଟିକିଆ ହାତୀପଲ ମଧ୍ୟରୁ ୬ ହାତୀର ମୃତ୍ୟୁ ପରେ ଏବେ ଅନ୍ୟ ହାତୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ।

ଏଥିସହିତ ପଢ଼ନ୍ତୁ ଫାଶୀ ଅପେକ୍ଷାରେ ଥିବା ମା ପାଇଁ ୧୨ ବର୍ଷୀୟ ପୁଅର କ୍ଷମାପ୍ରାର୍ଥନା

Leave a Reply