ଲାଗୁ ହୋଇଛି ନୂଆ ନିୟମ, ଆଗକୁ ଶସ୍ତା ହେବ ବିଦ୍ୟୁତ୍ !

ନୂଆଦିଲ୍ଲୀ: ବଢ଼ୁଥିବା ବିଦ୍ୟୁତ୍ ଦରକୁ ନେଇ ଚିନ୍ତାରେ ଅଛନ୍ତି କି ? ଭାବିବା ଛାଡ଼ି ଦିଅନ୍ତୁ । ଖୁବଶୀଘ୍ର ବିଦ୍ୟୁତ୍ ଦର ହ୍ରାସ ହେବାକୁ ଯାଉଛି । ଉପଭୋକ୍ତା ମାନଙ୍କୁ ଶସ୍ତାରେ ବିଦ୍ୟୁତ୍ ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟୁତ୍ ଶୁଳ୍କ କମାଇବା ନେଇ ଶକ୍ତି ମନ୍ତ୍ରଣାଳୟ ରେଗୁଲେଟ୍ରି ଅଥୋରିଟିକୁ ଚିଠି ଲେଖିଛି । ନୂଆ ନିୟମ ଲାଗୁ ହେବା ପରେ ବିଜୁଳି ଉତ୍ପାଦନ ପାଇଁ ପୂର୍ବାପେକ୍ଷ କମ୍ ଅର୍ଥ ଖର୍ଚ୍ଚ ହେଉଛି ।

ଯାହାର ଲାଭ ଉପଭୋକ୍ତାଙ୍କୁ ଦେବା ପାଇଁ ବିଭାଗ ଦର କମାଇବାକୁ ଚିଠି ଲେଖିଛି । ଯାହାର ପୁରା ଫାଇଦା ଏବେ ଗ୍ରାହକ ମାନଙ୍କୁ ମିଳିବ । ପ୍ରତି ୧୦୦ ୟୁନିଟରେ ୧୦ ଟଙ୍କା ଉପଭୋକ୍ତାଙ୍କୁ କମ୍ ଦେବାକୁ ପଡ଼ିବ ।

ଖାଲି ସେତିକି ନୁହେଁ ବିଜୁଳି କିଣୁଥିବା କମ୍ପାନୀମାନେ ମଧ୍ୟ କମ୍ ମୂଲ୍ୟରେ ବିଜୁଳି ପାଇବେ । ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥିବା ନିୟମ ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ମଧ୍ୟ ଲାଭ ଦେବ । କିନ୍ତୁ ନୂଆ ନିୟମ ଅନୁଯାୟୀ ବଡ଼ ବଡ଼ କମ୍ପାନୀ ପ୍ରଥମେ ଆଡଭାନ୍ସ ଟଙ୍କା ଡିପୋଜିଟ କଲେ ହିଁ  ଏହି ଲାଭ ପାଇ ପାରିବେ । ଏହା ଦ୍ୱାରା ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ୪,୦୦୦ ରୁ ୪,୫୦୦ କୋଟି ଟଙ୍କାର ଫାଇଦା ହେବ ।

Leave a Reply