ଚୀନ୍ କମ୍ପାନୀ ‘ସାଓମି’ର ୫ ହଜାର କୋଟିର ସମ୍ପତ୍ତି ଜବତ କଲା ଇଡି
1 min read
ନୂଆଦିଲ୍ଲୀ: ଇଡି କବଳରେ ସ୍ମାର୍ଟଫୋନ୍ ନିର୍ମାଣ କରୁଥିବା ଚୀନ୍ କମ୍ପାନୀ ସାଓମି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ୫ ହଜାର ୫ ଶହ ୫୧ କୋଟି ଜବତ କରିଛି । ସୂଚନା ଅନୁସାରେ, କମ୍ପାନୀ ଦ୍ୱାରା କରାଯାଇଥିବା ବେଆଇନ କାରବାର ସମ୍ପର୍କରେ ED ଚଳିତ ବର୍ଷ ଫେବୃଆରୀ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା ।
ସୂଚନା ଅନୁସାରେ, ଜାରି ହୋଇଥିବା ଏକ ବୟାନରେ କୁହାଯାଉଛିଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମ୍ପାନୀ ଦ୍ୱାରା ହୋଇଥିବା ବେଆଇନ କାରବାରରେ ମୁଦ୍ରା ପ୍ରବନ୍ଧନ ଅଧିନିୟମ, ୧୯୯୯ ଦ୍ୱାରା ଏହି ତଦନ୍ତକୁ ପରିଣାମ ଦିଆଯାଇଛି । ଜବତ ହୋଇଥିବା ଟଙ୍କା କମ୍ପାନୀର ଆକାଉଣ୍ଟରେ ଅଛି । ତେବେ କମ୍ପାନୀ ବିରୋଧରେ ଫେବୃଆରୀ ମାସରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ସାଓମି ଗ୍ଲୋବାଲ ଭାଇସ୍ ପ୍ରେସିଡେଣ୍ଟ ମନୁ କୁମାର ଜୈନଙ୍କୁ ସମନ୍ ଜାରି କରିଥିଲା ।