ଭାରତରେ ଆୟକୁ ୩ ଦେଶକୁ ପଠାଉଥିଲା ସ୍ମାର୍ଟଫୋନ୍ ନିର୍ମାତା ସାଓମି କମ୍ପାନୀ, ରେଡ ମାରିଲା ଇଡି

1 min read

ନୂଆଦିଲ୍ଲୀ: ଇଡିର ଟାର୍ଗେଟରେ ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ସାଓମି କମ୍ପାନୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳ ମାନେ ଇଡି ସାଓମିର ବାଙ୍ଗାଲୋର ସ୍ଥିତ କାର୍ଯ୍ୟାଳୟ ଉପରେ ରେଡ କରିଛି। ରେଡ କରିବା ସମୟରେ ୫ ହଜାର ୫୫୧ କୋଟି ଟଙ୍କା ଜବତ କରିଛି ଇଡି। ବେଆଇନ ଭାବେ ଏହାର ଆୟ ଭାରତ ବାହାରକୁ ପଠାଇଥିବା କମ୍ପାନୀ ବିରୁଦ୍ଧରେ ଅଭିଯୋଗ ହୋଇଛି। ଏଭଳି କାରନାମା କମ୍ପାନୀ ଚଳିବ ବର୍ଷ ଫେବୃଆରୀରେ ହୋଇଥିଲା । ଯାହା ପରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଇଡି କହିଛି ଯେ ଚାଇନାରେ ଅବସ୍ଥିତ ଏହାର ପ୍ୟାରେଣ୍ଟ୍ କମ୍ପାନୀର ଆଦେଶ ଅନୁଯାୟୀ ଟେକ୍ କମ୍ପାନୀ ରୟାଲଟି ନାମରେ ଏତେ ପରିମାଣର ଘୋଟାଲା କରୁଥିଲା। ଭାରତରୁ ଟଙ୍କା ଆମେରିକାରେ ଉପସ୍ଥିତ ଥିବା ସାଓମି ଗ୍ରୁପ୍ କମ୍ପାନୀକୁ ମଧ୍ୟ ପଠାଯାଇଛି।

ଇଡି ଅନୁଯାୟୀ, ତିନୋଟି କମ୍ପାନୀ ଯାହାଙ୍କୁ ସାଓମି ଟଙ୍କା ପଠାଇଛି। ଯେଉଁ କମ୍ପାନୀ ମାନଙ୍କୁ ଟଙ୍କା ପଠାଯାଇଛି ସେମାନଙ୍କ ସହ ସାଓମି ଇଣ୍ଡିଆ ସହିତ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ। ଏହି ଠକେଇକୁ ଲୁଚାଇବା ପାଇଁ ସାଓମି ଗ୍ରୁପ୍‌ ବିଭିନ୍ନ ପ୍ରକାରର ଆଳ ଦେଖାଇଛି। ରୟାଲଟି ନାମରେ ଭାରତରେ ହେଉଥିବା ଆୟକୁ ଭାରତ ବାହାରକୁ ପଠାଇବା ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ର ଧାରା ୪ ର ଉଲ୍ଲଂଘନ। ଭାରତ ବାହାରକୁ ଟଙ୍କା ପଠାଇବା ନେଇ କମ୍ପାନୀ ବ୍ୟାଙ୍କକୁ ମଧ୍ୟ ମିଛ କହିଥିଲା। କିଛି ମାସ ପୂର୍ବେ, ସାଓମି ଗ୍ଲୋବାଲ ପ୍ରେସିଡେଣ୍ଟ ମନୁ ଜେନ ଫେମା ନିୟମ ଭାଙ୍ଗିବା ପାଇଁ ଇଡି ସମ୍ମୁଖରେ ହାଜର ହୋଇଥିଲେ।