ସକାଳ ସାଢେ ୭ଟାରେ ଭୂମିକମ୍ପ ଅନୁଭୂତ, ଲେହ ସହ ଥରିଲା ଆଣ୍ଡାମାନ

1 min read

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଲେହ । ମଙ୍ଗଳବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀରର ଲେହରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣା ପଡିଛି । ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା । ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି ।

ତେବେ ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭିତ ହୋଇ ଘରୁ ବାହାରି ଯାଇଥିଲେ । ତେବେ ଏହା ଏତେ ଗୁରୁତର ନଥିବା ଜଣା ପଡ଼ିଛି । ଏବଂ ଏହି ଭୂକମ୍ପ କାରଣରୁ କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ରେକର୍ଡ ହୋଇନାହିଁ ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୫୨ରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଅନୂଭବ ହୋଇଥିଲା । ଦିଗଲୀପୁର ଭୂମିକମ୍ପରେ ଥରିଥିଲା । ଏହି ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରହିଛି  । କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି ।