ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ

1 min read

ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ଆସାନୀକୁ ନେଇ ଲୋକେ ଆତଙ୍କୀତ ଥିବା ବେଳେ ଏବେ ଭୂକମ୍ପ ଆଣ୍ଡାମାନ-ନିକୋବର ବାସୀଙ୍କୁ ଥରହର କରିଛି ।  ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ଘୂର୍ଣ୍ଣିଝଡ଼ ଆସାନୀ ପହଞ୍ଚିଛି । ଏହାମଧ୍ୟରେ ସେଠାରେ ସୋମବାର ସକାଳେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଥିବା ଆକଳନ କରାଯାଇଛି ।

ଭୂକମ୍ପ ଆଣ୍ଡାମାନ-ନିକୋବର ଦୀପପୁଞ୍ଜର ୨୭୬କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ଦିଗଲୀପୁର ପାଖରେ ଅନୁଭୁତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳି ୧୫.୬୬ ପ୍ରସ୍ତ ଏବଂ ୯୨.୩୦ ଦୈର୍ଘ୍ୟ ୩୯ କିଲୋମିଟର ଗଭୀରତାରେ ଥିଲା । ଭୂକମ୍ପ କେନ୍ଦ୍ର ଅନୁଯାୟୀ ସୋମବାର ସକାଳ ୩.୨୫ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପ କାରଣରୁ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ସୂଚନା ମିଳିପାରି ନାହିଁ।

https://nandighoshatv.comjapan-earthquake-triggers-tsunami-alert/