ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ଇ- ଶିକ୍ଷା କାର୍ଯ୍ୟକ୍ରମରେ ଯୋଡ଼ିବାକୁ ଆରମ୍ଭ ହେଲା ଇ-ମହକ

1 min read

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ସପ୍ତାହ ବ୍ୟାପୀ ଇ- ମହକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥି ସହିତ ଶିଶୁ ମାନଙ୍କୁ ସ୍ମାର୍ଟ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟର ୨୩୮ ଶିଶୁ ଯତ୍ନ ଅନୁଷ୍ଠାନକୁ ଇ- ଶିକ୍ଷା କାର୍ଯ୍ୟକ୍ରମ ସମ୍ପ୍ରସାରିତ ହୋଇଛି ।

ଆଜି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ଅସାଧାରଣ ପ୍ରତିଭା ଓ ଦକ୍ଷତା ରହିଛି। ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଉପଯୁକ୍ତ ଅବସର ସ୍ରୁଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ଵ। ଏହି ଶିଶୁ ମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ଇ- ଶିକ୍ଷା କାର୍ଯ୍ୟକ୍ରମ ରେ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକ ଯୋଡି ହେବା ଦ୍ଵାରା ଶିଶୁମାନେ ବର୍ତ୍ତମାନ ସମୟ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ସ୍ମାର୍ଟ ଶିକ୍ଷା ସହ ଅଭ୍ୟସ୍ତ ହୋଇପାରିବେ ଏବଂ ସେମାନଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି ହୋଇ ପାରିବ।

ଇ – ମହକ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ନିର୍ଦ୍ଦେଶକ, ସମନ୍ଵିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ ଅଗ୍ରୱାଲ କହିଥିଲେ,ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ନୃତ୍ୟ,ସଙ୍ଗୀତ, ଚିତ୍ରକଳା,କୁଇଜ୍ ଆଦି ରେ ଥିବା ପ୍ରତିଭାର ବିକାଶ ପାଇଁ “ଇ- ମହକ” କାର୍ଯ୍ୟକ୍ରମ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ। କୋଭିଡି ସ୍ଥିତିରେ ସ୍କୁଲ ଗୁଡିକ ବନ୍ଦ ହେଇ ଯାଉ ଥିବା ରୁ ଗତ ୪ ମାସ ଧରି ଶିଶୁ ମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିବା ନିମନ୍ତେ ବହୁବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ଏକବିଂଶ ଶତାବ୍ଦୀ ର ଆହ୍ଵାନ କୁ ଉପଲବ୍ଧି କରି ଶିଶୁ ମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରାଯିବା ଉପରେ ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ ଗୁରୁତ୍ୱ ଆରୋପ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଓସସିପିସିଆର ର ଅଧ୍ୟକ୍ଷ। ସୁଶ୍ରୀ ସନ୍ଧ୍ୟାବତି ପ୍ରଧାନ,ସଦସ୍ୟ ସଚିବ, ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ସମିତି କ୍ୱାରାମା ସୁଲତାନ। ବେଗମ, ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଏବଂ ବରିଷ୍ଠ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ମହକ କାର୍ଯ୍ୟକ୍ରମ ରେ କୃତିତ୍ଵ ପ୍ରଦର୍ଶନ କରିଥିବା ଶିଶୁ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଶିଶୁ ମାନେ ଓ ଶିଶୁ ଯତ୍ନ ଅନୁଷ୍ଠାନ ରେ ସେବା ପ୍ରଦାନକାରୀ ମାନେ ନିଜ ନିଜ ର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ଏଥିସହିତ ପଢ଼ନ୍ତୁ: ଚାକିରି ନାଁରେ ଠକେଇ ମାମଲା: ପରୀକ୍ଷାରେ ବିଫଳ ହେବା ପରେ ଠକିବା ପାଇଁ ପ୍ରସ୍ତୁତ କରିଥିଲେ ବ୍ଳୁ-ପ୍ରିଣ୍ଟ

Leave a Reply