ବାଲେଶ୍ୱରରେ ଘିଅ ନକଲି, ଠାବ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା

ବାଲେଶ୍ୱର: କଟକ ନୁହେଁ ବାଲେଶ୍ୱରରେ ନକଲି ଖାଦ୍ୟ ସାମଗ୍ରୀ । ଜଗତପୁର ବଦଳରେ ବାଲେଶ୍ୱରରେ ଠାବ ହୋଇଛି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା । ଖନ୍ତାପଡ଼ା ଥାନା ଗୋପାଳପୁର ନିକଟରେ ନକଲି ଘିଅ କାରଖାନା ଠାବ ହୋଇଛି । ଲକ୍ଷାଧିକ ଟଙ୍କାର ନକଲି ଘିଅ, ଚା, ସୋୟାବିନ୍, ହଳଦୀ ଓ ତେଲ ଜବତ କରିଛି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ।
ସୂଚନା ମୁତାବକ କାରଖାନାରେ ଅସଲି ପ୍ୟାକେଟରେ ନକଲି ସାମଗ୍ରୀ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଉଥିଲା । ଏନେଇ ସୂଚନା ମିଳିବା ପରେ ରେଡ କରି କାରଖାନାକୁ ସିଲ୍ କରିଛି ପ୍ରଶାସନ । କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ଘିଅ, ଚା, ସୋୟାବିନ୍, ହଳଦୀ ଓ ତେଲ ସହିତ ଏକାଧିକ ମେସିନ ଜବତ ହୋଇଛି । ଏହି ନକଲି କାରଖାନାର କାର୍ପଟଦାର କିଏ ସେନେଇ ଖୋଲତାଡ଼ ଚାଲିଛି ।