ଫେବିଫ୍ଲୁ ସଂରକ୍ଷଣ ଘଟଣାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଫାଉଣ୍ଡେସନର ଅନଧିକୃତ ଫାବିଫ୍ଲୁ ଔଷଧର ସଂରକ୍ଷଣ, କ୍ରୟ ଏବଂ ବିତରଣ କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲର୍ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ଏହା ପରେ ଡ୍ରଗ୍ କଣ୍ଟ୍ରୋଲର୍ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ ନିଜର ରିପୋର୍ଟ ଦାଖଲ କରିଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ରେ ହେବାକୁ ଯାଉଛି ।

ତେବେ ଘଟଣାକୁ ନେଇ ଡ୍ରଗ୍ କଣ୍ଟ୍ରୋଲର କହିଛନ୍ତି ଯେ, ଗୌତମ ଗମ୍ଭୀର ଫାଉଣ୍ଡେସନ, ଡ୍ରଗ୍ ଡିଲରଙ୍କ ସହ ଏମିତି ଅନ୍ୟ ମାମଲା ଯାହା ତାଙ୍କ ନଜରରେ ଆସିବ ସେଥିରେ ମଧ୍ୟ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଗ୍ କଣ୍ଟ୍ରୋଲର ହାଇକୋର୍ଟଙ୍କୁ କହିଛନ୍ତି ଯେ ଡ୍ରଗ୍ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଆପ ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟ ଡ୍ରଗ କଣ୍ଟ୍ରୋଲରଙ୍କୁ ସପ୍ତାହ ମଧ୍ୟରେ ଏହି ମାମଲାଗୁଡ଼ିକର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି  ।

ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଦିଲ୍ଲୀ ହାଇକୋର୍ଟ ସେହିସବୁ ପିଟିସନର ଶୁଣାଣି କରୁଛନ୍ତି ଯେଉଁଥିରେ ବିଭିନ୍ନ ଦଳର ନେତାଙ୍କ ଦ୍ୱାରା ଔଷଧ, ଅମ୍ଳଜାନ ଏବଂ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଜିନିଷ ସଂରକ୍ଷଣ ରଖିବା ସହ ନିଜ ନିଜ ଅଞ୍ଚଳର ଲୋକଙ୍କ ମଧ୍ୟରେ ବାଣ୍ଟିବା ନେଇ ଅଭିଯୋଗ କରାଯାଇଥିଲା । ଏହିପରି ଭାବରେ, ଔଷଧ ଏବଂ ଅତ୍ୟାବଶ୍ୟକ ଜିନିଷ ସଂରକ୍ଷଣ ଆଇନଗତ ଭାବରେ କରାଯାଇପାରିବ ନାହିଁ  ଏହା ବେଆଇନ୍।

ହାଇକୋର୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ କଣ୍ଟ୍ରୋଲର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ କ୍ଲିନ୍ ଚିଟ୍ ଦେଇଥିବାରୁ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ନିନ୍ଦା କରାଯିବା ସହ କୋର୍ଟ ଆଉଥରେ ତଦନ୍ତର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply