‘ବିଜେପି ଜାଣି ସାରିଛି ସେମାନେ ନିର୍ବାଚନ ହାରୁଛନ୍ତି, ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର: ରକ୍ତ ମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି )ର କର୍ମୀମାନେ ଆମ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆମର ଦୁଇ ଜଣ କର୍ମୀ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଏବଂ ଆନ୍ୟ କର୍ମୀ ଅତି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀ ଯେଉଁ ହିଂସା ଭିଆଇଛନ୍ତି ତାହାର ପ୍ରମାଣ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । କେବଳ ଆମ କର୍ମୀଙ୍କୁ ଆକମ୍ରଣ କରିବାରେ ବିଜେପି କର୍ମୀ ସୀମିତ ନ ଥିଲେ,  ସେହି ପରିବାର ମହିଳାମାନେ ଯେତେବେଳେ ତାଙ୍କ ଅବସ୍ଥା ଜାଣିବାକୁ ହସ୍ପିଟାଲରେ ପହଞ୍ଚିଲେ ସେଠାରେ ମଧ୍ୟ ତାଙ୍କୁ ଆକ୍ରମଣ କରାଗଲା । ଏଭଳି  କି ସେମାନଙ୍କ ଲୁଗାପଟାକୁ ମଧ୍ୟ ଟାଣଟଣି କରିଛନ୍ତି । ଏଥିସହିତ ମେଡିକାଲକୁ ଭେଟିବାକୁ ଯାଇଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବିଜେପି କର୍ମୀ  ଏବଂ ତାଙ୍କ ଗାଡ଼ି  ଭଙ୍ଗାରୁଜା କରିଛନ୍ତି । ବିଜେପି ବିହାର ଏବଂ ୟୁପି ଭଳି ହିଂସାକୁ ପ୍ରଶୟ ଦେବାକୁ ଚାହୁଁଛନ୍ତି । ଭାରତୀୟ ଜନତା ପାର୍ଟି ନିର୍ବାଚନ ହାରିବାକୁ ଯାଉଛି । ଏହା ସେମାନେ ସ୍ପଷ୍ଟ ଭାବେ ଜାଣିସାରିଛନ୍ତି । ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଭାରତୀୟ ଜନତା ପାର୍ଟି ହିଂସାର ରାସ୍ତା ଛାଡ଼ନ୍ତୁ, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଶାନ୍ତିର ସହ ନିର୍ବାଚନ ଲଢ଼ନ୍ତୁ ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘେରାଉ କରି ଗାଡ଼ି ଭାଙ୍ଗିଲେ ବିଜେପି କର୍ମୀ, ବିଜେପି ପ୍ରାର୍ଥୀ ଆଶ୍ରିତ ଆକ୍ରମଣରେ ସାମିଲ ନେଇ ଅଭିଯୋଗ

Leave a Reply