ଡ.ଭାସ୍କର ମିଶ୍ରଙ୍କୁ ମିଳିବ ଜାତୀୟସ୍ତରୀୟ ଗବେଷକ ସମ୍ମାନ

ଭୁବନେଶ୍ବର : ଡ. ଭାସ୍କର ମିଶ୍ରଙ୍କୁ ମିଳିବ ଜାତୀୟସ୍ତରୀୟ ଗବେଷକ ସମ୍ମାନ । ଶ୍ରୀ ଜଜନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷ ଡିସେମ୍ବର ୧୦ ତାରିଖରେ ଓଡ଼ିଶାର ସୁନାମଧନ୍ୟ ଗବେଶକ ଡ. ଭାସ୍କର ମିଶ୍ରଙ୍କୁ ଗବେଷକ ସମ୍ମାନରେ ଭୂଷିତ କରାଯିବ  ।  ପୁରୀରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ , ଗଜପତି ମହାରାଜା ଦିବ୍ୟସିଂ ଦେବ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନଙ୍କ ଉପସ୍ଥିତିରେ ଏହି ସମ୍ମାନ  ପ୍ରଦାନ କରାଯିବ  ।

ଡ. ମିଶ୍ର ସମଗ୍ର ଭାରତ ବର୍ଷରେ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ଗ୍ରନ୍ଥ ରଚନା କରି ରେକର୍ଡ ହାସଲ କରିଛନ୍ତି । ସେ ପ୍ରାୟ ୬୮ଟି ଗ୍ରନ୍ଥ ମଧ୍ୟରୁ ୫୫ରୁ ଉର୍ଦ୍ଧ୍ବ ଶ୍ରୀ ଜଗନ୍ନାଥ ଚେତନା ଭିତ୍ତିକ ଗ୍ରନ୍ଥ ରଚନା କରିଛନ୍ତି । ଭାରତ  ସମେତ ବିଦେଶରେ ମଧ୍ୟ ‘ଶ୍ରୀଜଗନ୍ନାଥ ଜ୍ଞାନ କୋଷ’ ଗ୍ରନ୍ଥ ପାଇଁ  ସେ ସୁପରିଚିତ ।