ନିପାତ ହେବେ ଆତଙ୍କବାଦୀ, ମୋଦି ରଚୁଛନ୍ତି ଚକ୍ରବ୍ୟୁହ

ଘାଟିରୁ ନିପାତ ହେବେ ଆତଙ୍କବଦୀ। ଆଉ ବୋହିବନି ରକ୍ତର ନଦୀ। ନିରୀହ ଲୋକଙ୍କ ରକ୍ତରେ ଆତଙ୍କୀଙ୍କୁ ଖେଳିବାକୁ ଦିଆଯିବନି ହୋଲି। ପ୍ରସ୍ତୁତ ହେଉଛି ଆତଙ୍କବଦୀଙ୍କ ଉପରେ ମାଷ୍ଟର୍ ଷ୍ଟ୍ରୋକ୍ ପାଇଁ ରଣନୀତି। ଫୁଲ୍ ଆକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନଏସଏ ଅଜିତ ଡୋଭାଲଙ୍କ ସହ ତିଆରି କରୁଛନ୍ତି ଚକ୍ରବ୍ୟୁହ।

ମିଳିଥିବା ସୂଚନା ଅନୁସାରେ ମୋଦି ଏବଂ ଡୋଭାଲଙ୍କ ମଧ୍ୟରେ କାଶ୍ମୀର ଓ ସୀମାକୁ ନେଇ ଆଲୋଚନା ଚାଲିଛି। ବୈଠକକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ସୀମା ପାର ଆତଙ୍କବଦକୁ ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ ଘାଟିରେ ପୁଣି ଆତଙ୍କବଦ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୭ଜଣ ନିରୀହ ନାଗରିକ ଆତଙ୍କୀଙ୍କ ଶିକାର ହୋଇଥିବା ବେଳେ ୫ ଯବାନ ସହିଦ ହୋଇଛନ୍ତି। ଯାହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

ଧାରା ୩୭୦ ହଟିବା ପରଠାରୁ ଘାଟିରେ ଶାନ୍ତି ଫେରିଥିବା ବେଳେ ଆତଙ୍କବଦୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଆଫଗାନୀସ୍ଥାନରେ ତାଲିବାନ ଶାସନ ଫେରିବା ପରେ ଓ ଭାରତରେ ପାର୍ବଣ ଆସି ଯାଇଥିବାରୁ ଘାଟିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଆତଙ୍କୀ।

ସେପଟେ ଆତଙ୍କୀଙ୍କୁ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ଜୋରଦାର ଜବାବ। ‘ଅପରେସନ ଅଲ୍ ଆଉଟ’ ଜରିଆରେ ଖୋଜି ଖୋଜି ଆତଙ୍କୀଙ୍କୁ ସଫା କରୁଛନ୍ତି ଭାରତୀୟ ବୀର। ୨୪ ଘଣ୍ଟା ମଧ୍ୟରେ ନିପାତ ହୋଇ ସାରିଲେଣି ୬ ଆତଙ୍କୀ। ଏମାନଙ୍କ ମଧ୍ୟରେ ଏମିତି କି କିଛି ଆତଙ୍କବାଦୀ ଅଛନ୍ତି ଯିଏ ନିରୀହ ଲୋକଙ୍କ ହତ୍ୟାରେ ସାମିଲ ଥିଲେ।

ଅନ୍ୟପକ୍ଷରେ, ମୋଦି ଏବଂ ଡୋଭାଲଙ୍କ ଏହି ଭେଟଘାଟରେ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ। ଯାହା ଉପରେ ପୂରା ଦେଶର ନଜର ରହିଛି।

Leave a Reply