spot_img

Latest Posts

CIA ମୁଖ୍ୟ ଓ ଋଷ NSAଙ୍କୁ ଭେଟିଲେ ଡୋଭାଲ୍, ଆଫଗାନିସ୍ତାନ ସ୍ଥିତି ନେଇ ଆଲୋଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାର ଘୋଷଣା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନୂଆଦିଲ୍ଲୀରେ ଆଜି ଭାରତଗସ୍ତରେ ଆସିଥିବା ଆମେରିକାନ ଗୁଇନ୍ଦା ସଂସ୍ଥା CIA ମୁଖ୍ୟ ୱିଲିୟମ ବର୍ନସ୍ ଏବଂ ଋଷର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାଟ୍ରୁଶେଭଙ୍କ ସହ ଭେଟିଛନ୍ତି । ସୂଚନା ମୁତାବକ, ବର୍ନସ୍ ଚାହୁଁଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ରାଷ୍ଟ୍ରିୟ ସୁରକ୍ଷା ପାଇଁ ଭାରତ ଆଫଗାନିସ୍ତାନରୁ ଗୁଇନ୍ଦା ସୂଚନା ଦେବାରେ ଏକ ବଡ଼ ଭୂମିକା ଗ୍ରହଣ ରୁ। ସେ କହିଛନ୍ତି ଯେ ଆମେରିକା ଚାହୁଁଛି ଆଫଗାନିସ୍ତାନରୁ ଭାରତ ଏକାଠି କରୁଥିବା ଗୁପ୍ତ ତଥ୍ୟକୁ ନୂଆଦିଲ୍ଲୀ ୱାସିଂଟନକୁ ଦେବା ସହିତ କିଛି ଆଫଗାନୀଙ୍କୁ ଭାରତ ଶରଣ ଦେଉ।

 ଆଫଗାନିସ୍ଥାନ ତାଲିବାନ କବଜାକୁ ଯିବା ପରେ ଭରତ  ଅନ୍ୟ ସାଥିଦେଶ ମାନଙ୍କ ସହ ଆଲୋଚନା ଜାରି ରହିଛି। ତେବେ ଏହି ସଂକ୍ରାନ୍ତରେ ଋଷ NSAଙ୍କ ସହ ମଧ୍ୟ ଡୋଭାଲ ଏକ ଜରୁରୀ ବୌଠକ କରିଛନ୍ତି।  ଏହି ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା କରାଯାଇଛି।

ସୂଚନା ମୁତାବକ, ଏହି ବୈଠକରେ ଆମେରିକାର ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପରେ ତାଲିବାନ ଦଖଲ, ନୂଆ ତାଲିବାନ ସରକାର ଗଠନ, ସୁରକ୍ଷା ଚିନ୍ତା ଏବଂ ନୂତନ ତାଲିବାନ ସରକାରଙ୍କ ସହ ସମ୍ପର୍କ ବିଷୟରେ ଆଲୋଚନା ହୋଇଛି। ତେବେ ନିକୋଲ ଭାରତ ଗସ୍ତରେ ବୈଦଶିକବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି।

ଋଷ ଲଗାତାର ଭାବେ ତାଲିବାନ ସହ ସମ୍ପର୍କରେ ରହିଛି । ଏପରିକି ତାଲିବାନ ସରକାର ଗଠନ କାର୍ଯ୍ୟକ୍ରମରେ ଋଷକୁ ତାଲିବାନ ନିମନ୍ତ୍ରଣ ବି ପଠାଇଛି। ତେବେ ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ।ଉଭୟଙ୍କ ମଧ୍ୟରେ ଆଫଗାନୀସ୍ତାନର ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଋଷ ପୂର୍ବରୁ ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଓ ଅନ୍ୟାନ୍ୟ ମାମଲାରେ ଭାରତ ସହ ଛିଡ଼ା ହୋଇଛି। ତେବେ ବର୍ତ୍ତମାନ ଯଦି ତାଲିବାନ ଭାରତ ବିରୁଦ୍ଧରେ କୌଣସି ପଦକ୍ଷେପ ନିଏ ତେବେ ଋଷ ନିଶ୍ଚିତ ଭାରତ ସହ ଛିଡ଼ାହେବ ବୋଲି ଆଶା କରାଯାଉଛି। 

 

Latest Posts

Don't Miss