ଟ୍ରମ୍ପଙ୍କ ଦମ୍ଭୋକ୍ତି- ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନ୍ ପାଇ ପାରିବନି ଆଣବିକ ଅସ୍ତ୍ର

ୱାଂଶିଟନ୍: ଆକ୍ରମଣ , ପ୍ରତି ଆକ୍ରମଣ ଓ ପ୍ରତିକ୍ରିୟା । ଇରାକରେ ଥିବା ଆମେରିକା ସେନା କ୍ୟାମ୍ପରେ ଇରାନର ମିସାଇଲ ମାଡ଼ ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ ଦେଶ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଟ୍ରମ୍ପ ପ୍ରେସମିଟ୍ କରି ଇରାନକୁ ଚେତାବନୀ ଦେଇଛନ୍ତି । ଇରାନକୁ ଆଣବିକ ଶକ୍ତି ବନିବାକୁ ଦେବେ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଇରାନ୍ କରିଥିବା ଆକ୍ରମଣରେ ଆମେରିକା ମିଲିଟାରୀ କ୍ୟାମ୍ପରେ କେହି ମୃତାହତ ହୋଇନାହାନ୍ତି । ଆମେରିକାର ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । କେବଳ କ୍ୟାମ୍ପରେ ସାମାନ୍ୟ କ୍ଷତି ହୋଇଥିବା ଟ୍ରମ୍ପ କହିଛନ୍ତି । ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନ ପରମାଣୁ ଅସ୍ତଶସ୍ତ୍ର ରଖିପାରିବ ନାହିଁ ବୋଲି କହିଛନ୍ତି ।ଇରାନ୍ ହିଂସା ଜାରି ରଖିବା ଯାଏଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିପାରିବ ନାହିଁ । ଇରାନକୁ ଆତଙ୍କବାଦ ବିରୋଧରେ ଶିକ୍ଷା ଦେବାକୁ ବିଶ୍ୱକୁ ଏକାଠି ହେବାକୁ ପଡ଼ିବ । ଚୀନ, ଫ୍ରାନ୍ସ ଓ ବ୍ରିଟେନ୍ ଏକାଠି ହୋଇ ଇରାନ୍ ବିରୋଧରେ ଆମେରିକା ସହ ସ୍ୱର ଉଠାଇବାକୁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

Leave a Reply