କରୋନା ଭାଇରସ୍‌ ପାଇଁ ମେଡିସିନ୍ ବାହାର କରିଥିବା ଦାବି କଲେ ଆମେରିକୀୟ ଡାକ୍ତର

1 min read

ୱାଶିଂଟନ୍: ଆମେରିକୀୟ ବୈଜ୍ଞାନିକଙ୍କ ବଡ଼ ଦାବି । କରୋନା ଭାଇରସ୍‌ ପାଇଁ ଉପଶମ ବାହାରି ସାରିଛି । ଡାକ୍ତର ଯାଦବ ଗ୍ଲାନଭିଲ ମହାମାରୀ କରୋନା ପାଇଁ ଭ୍ୟାକ୍ସିନ ବାହାର କରିଥିବା ଦାବି କରିଛନ୍ତି ।

ଅନ୍ତର୍ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆରେ ରହୁଥିବା ଡାକ୍ତର ଯାଦବ ଗ୍ଲାନଭିଲ କହିଛନ୍ତି ଯେ ଇଞ୍ଜିନିୟରିଂ କାର୍ଯ୍ୟ ସମାପ୍ତ ହୋଇଛି । ବର୍ତ୍ତମାନ ଆମର ଏକ ପ୍ରଭାବଶାଳୀ ଆଣ୍ଟିବଡି ଅଛି ଯାହା କରୋନା ବିରୋଧରେ କାମ କରିପାରିବ ।

ବୈଜ୍ଞାନିକ କହିଛନ୍ତି ଯେ ତାଙ୍କ ଟିମ୍ ୨୦୦୨ରେ SARS ବିପକ୍ଷରେ ବ୍ୟବହୃତ ୫ଟି ଆଣ୍ଟିବଡି ବ୍ୟବହାର କରିଥିଲେ । ଏହି ଆଣ୍ଟିବଡି ମାଧ୍ୟମରେ ସେ କରୋନା ଜୀବାଣୁ (COVID-19)ର ଉପଶମ ଖୋଜିବାକୁ ଚେଷ୍ଟା କରିଛନ୍ତି । SARS-CoV-2 ଏବଂ COVID-19 ସମାନ ଭାଇରସ୍‌ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ଲକ୍ଷ ଲକ୍ଷ ଆଣ୍ଟିବଡି ପ୍ରସ୍ତୁତ କରିଛନ୍ତି । ମଣିଷ ଉପରେ ନୂତନ ଆଣ୍ଟିବଡି ପରୀକ୍ଷା କରାଯିବା ପରେ ଏହାକୁ କରୋନା ଭାଇରସ୍‌ ବିରୋଧରେ ବ୍ୟବହାର କରାଯାଇପାର । ପରୀକ୍ଷା ସଫଳ ହେବା ପରେ ଏହାକୁ ସରକାରୀ ଏଜେନ୍ସିକୁ ଅନୁମୋଦନ ପାଇଁ ପଠାଯାଇପାରିବ ।

Leave a Reply