spot_img

Latest Posts

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଓଭରସିଜ୍ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

ମୁମ୍ବାଇ: ବିନିବେଶ ଲିଷ୍ଟରେ ଏବେ ଆଉ ଦୁଇଟି ବ୍ୟାଙ୍କର ନାଁ ଯୋଡି ହେବାକୁ ଯାଉଛି। ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଉପରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ବ୍ୟାଙ୍କ ସେମାନଙ୍କର ୫୧ ପ୍ରତିଶତ ଅଂଶଧନ ବିକ୍ରି କରିବେ । ସରକାର ୨୦୨୨ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ଡାଇଭେଷ୍ଟମେଣ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ମୌସୁମୀ ଅଧିବେଶନରେ ଏହି ଦୁଇ ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଏବଂ ବ୍ୟାଙ୍କିଙ୍ଗ୍ ଆଇନ ଅଧିନିୟମରେ ସଂଶୋଧନ ଆଣିପାରନ୍ତି। ରିପୋର୍ଟ ଅନୁଯାୟୀ, ବିନିବେଶ ପାଇଁ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ଆଇନରେ ମଧ୍ୟ କେନ୍ଦ୍ର ସରକାର ସଂଶୋଧନ କରିବେ।

ସରକାରୀ ଥିଙ୍କ ଟ୍ୟାଙ୍କ ନିକଟରେ ବିନିବେଶ ଉପରେ ସଚିବଙ୍କ କୋର ଗ୍ରୁପ୍ କୁ ଏହି ଦୁଇଟି ବ୍ୟାଙ୍କର ନାମରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି କୋର୍ ଗ୍ରୁପ୍ ପ୍ୟାନେଲର ସଦସ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି- ଅର୍ଥନୖେତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ, କର୍ପୋରେଟ୍ ବ୍ୟାପାର ସଚିବ, ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସଚିବ, ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଡିପିଏମ୍) ସଚିବ ଏବଂ ପ୍ରଶାସନିକ ବିଭାଗ ସଚିବ।

କ୍ୟାବିନେଟ୍ ସଚିବଙ୍କ ନେତୃତ୍ୱରେ ମୁଖ୍ୟ ସଚିବ ସମୂହ ନାମଗୁଡିକୁ ଅନୁମୋଦନ କରିବ । ପରିଶେଷରେ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧିନ କ୍ୟାବିନେଟକୁ ଯିବ। ଏହିପରି ଭାବରେ ବ୍ୟାଙ୍କଗୁଡିକ ଉପରୁ ପୁଞ୍ଜି ପ୍ରତ୍ୟାହାର ନେଇ ଚୂଡାନ୍ତ ମୋହର ବାଜିବ।

ତେବେ ବ୍ୟାଙ୍କ ଗୁଡିକର ଘରୋଇକରଣକୁ ନେଇ ଗ୍ରାହକ ମାନେ ଆତଙ୍କିତ ହେବାର କୗେଣସି ଆବଶ୍ୟକତା ନାହିଁ । କାରଣ ଘରୋଇକରଣ ହେବାକୁ ଯାଉଥିବା ବ୍ୟାଙ୍କଗୁଡିକର ଆକାଉଣ୍ଟଧାରୀମାନେ କୗେଣସି କ୍ଷତି ସହିବେ ନାହିଁ। ଏହି ଗ୍ରାହକମାନଙ୍କୁ ପୂର୍ବ ପରି ବ୍ୟାଙ୍କିଂ ସେବା ମିଳିବ।

ବର୍ତ୍ତମାନ ସମୟରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଅଂଶଧନ ବିକ୍ରି କରି ରାଜସ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏବଂ ସେହି ଟଙ୍କାକୁ ସରକାରୀ ଯୋଜନାରେ ବ୍ୟବହାର କରିବାକୁ ଚାହୁଁଛନ୍ତି।

Latest Posts

Don't Miss