କର୍ଣ୍ଣାଟକରେ ଅଯୋଗ୍ୟ ବିଧାୟକଙ୍କୁ ସୁୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଲଢ଼ିପାରିବେ ଉପନିର୍ବାଚନ

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କ ମାମଲାର ଆଜି ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏନ.ଭି ରମଣା କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି । ଏଥିସହ ବାଚସ୍ପତି ଅଯୋଗ୍ୟ ବିବେଚିତ କରିଥିବା ବିଧାୟକନଙ୍କୁ କୋର୍ଟ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ଅଯୋଗ୍ୟ ବିବେଚିତ ହୋଇଥିଲେ ହେଁ ବିଧାୟକମାନେ ଉପନିର୍ବାଚନ ଲଢ଼ି ପାରିବେ ବୋଲି କୋର୍ଟ କହିଛନ୍ତି । ସବୁଦିନ ପାଇଁ ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିବା ଭୁଲ୍ ବୋଲି କୋର୍ଟ ଦର୍ଶାଇଛନ୍ତି । ଆସନ୍ତା ୫ ତାରିଖରେ କର୍ଣ୍ଣାଟକର ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିରେ ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ । ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, ବିଧାନସଭା ବାଚସ୍ପଚି ନିର୍ବାଚନ ନ ଲଢ଼ିବା ନେଇ ସ୍ଥିର କରିପାରିବେ ନାହିଁ । ସଂସଦୀୟ ଲୋକତନ୍ତ୍ରରେ ସରକାର ଓ ବିରୋଧୀ ଉଭୟଙ୍କ ପାଖରୁ ନୈତିକତା ଆଶା କରାଯାଏ । ଏହି ମାମଲାରେ ଆବେଦନକାରୀ ହାଇକୋର୍ଟ ମଧ୍ୟ ଯାଇପାରନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କାହିଁକି ହୋଇଥିଲେ ଅଯୋଗ୍ୟ ?

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଥିବା ବେଳେ ୧୭ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସର ୧୪ ଓ ଜେଡିଏସର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ ଏହାକୁ ଅସାମ୍ବିଧାନିକ ଦର୍ଶାଇଥିଲେ ତତ୍କାଳୀନ ବାଚସ୍ପତି । ଏହାପରେ ବିଧାନସଭା ବାଚସ୍ପତି ଆର. ରମେଶ  ସେହି ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଏହାପରେ ସମସ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଏ ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି ।

  ')}

Leave a Reply